ନାଇଜେରିଆରେ ଆଉ ଏକ ପ୍ରକାର ଭୂତାଣୁ

ନାଇରୋବି : ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ପରେ ନାଇଜେରିଆରେ ଆଉ ଏକ ନୂଆ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଫ୍ରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ ସେଣ୍ଟର (ସିଡିସି) ନିର୍ଦେଶକ ଜନ କେନଗାସୋଙ୍ଗ କହିଛନ୍ତି ଯେ ନାଇଜେରିଆରେ ନୂଆ ପ୍ରକାର (ଭାରିଏଣ୍ଟ)ର କରୋନା ଭୂତାଣୁ ଦେଖାଯାଇଛି। ଏହି ଭୂତାଣୁ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ଏଥିପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏହାର ୫୦୧ ପରିବର୍ତ୍ତନ (ମ୍ୟୁଟେସନ) ରହିଛି। ନୂଆ ଭାରିଏଣ୍ଟ ଭୂତାଣୁକୁ ୫୦୧.ଭି୨ ଭାବେ ନାମିତ କରାଯାଇଛି। ଆଫ୍ରିକା ମହାଦେଶରେ ନାଇଜେରିଆ ସବୁଠାରୁ ଜନବହୁଳ ଦେଶ। ଏଠାରେ ବହୁତ କମ୍ ସଂଖ୍ୟକ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି। ତେବେ ବୁଧବାର ଏଠାରେ ସର୍ବାଧିକ ୧୦୦୦ରୁ ଅଧିକ ସଂକ୍ରମିତ ହୋଇଥିଲେ।

Comments are closed.