ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁରରେ ଏଥର ଦେଖିହେବ ପାରମ୍ପରିକ କଳା ଓ ଗଣ୍ଡ ଚିତ୍ରକଳା

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବ ସ୍ଥା କରାଯାଇଛି। ରବିବାର ଅର୍ଥାତ ଜୁନ୍‌ ୨୭ ତାରିଖ ଦିନ ଦ ର୍ଶକ ମାନେ ଫେ ସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌ @stscdev, @scstrti ଖୋଲି ପାରମ୍ପରିକ କଳା, ଗଣ୍ଡ ଚିତ୍ରକଳା ଦେଖିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।


ଭାରତର କେନ୍ଦ୍ରାଞ୍ଚଳରେ ଥିବା ରାଜ୍ୟ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ପୂର୍ବଭାଗ ଓ ଛତିଶଗଡ଼ଠାରେ ସର୍ବାଧିକ ଜନଜାତି ଗୋଷ୍ଠୀ ଭାବେ ଗଣ୍ଡ ଜନଜାତି ଗୋଷ୍ଠୀ ବସବାସ କରିଥାନ୍ତି। ଓଡ଼ିଶାର ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲା ଗଣ୍ଡ ଜନଜାତି ଗୋଷ୍ଠୀଙ୍କ ବାସସ୍ଥାନ। କନ୍ଧ ଜନଜାତି ପରେ ଓଡ଼ିଶାରେ ବାସ କରୁଥିବା ଜନଜାତିଙ୍କ ମଧ୍ୟରେ ଗଣ୍ଡ ସର୍ବବୃହତ ଜନଜାତି ଅଟନ୍ତି। ପ୍ରତ୍ୟେକ ଗଣ୍ଡ ପରିବାର ଆନୁଷ୍ଠାନିକ ପୂଜାରୀତି ସମୟରେ କାନ୍ଥରେ ଚିତ୍ରକଳା ଅଙ୍କନ କରି ପାଳନ କରିଥାନ୍ତି। ପ୍ରତ୍ୟେକ ଗୋତ୍ରର ପ୍ରତୀକ ଭାବେ ଗୃହୀତ ଜୀବଜନ୍ତୁଙ୍କ ପ୍ରତିକୃତିକୁ ନେଇ କାନ୍ଥରେ ଚିତ୍ର ଅଙ୍କନ ସହିତ ପୂଜା କରାଯାଇଥାଏ। ବିଭିନ୍ନ ଗୋତ୍ରର ପ୍ରତୀକ ହେଉଛନ୍ତି ବ୍ୟାଘ୍ର, ମୟୂର, କଇଁଛ, ଛଞ୍ଚାଣ, ହାତୀ, ସର୍ପ।


ଭାରତର ଗଣ୍ଡ ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍‌ ସୁଖ୍ୟାତି ଅର୍ଜନ କରିଛି। ଓଡ଼ିଶାର ଗଣ୍ଡ ଜନଜାତିଙ୍କର ଚିତ୍ରକଳାରେ ବିଶେଷତା ରହିଛି। ଆଗରୁ ଚିତ୍ରକଳାରେ କୃତି୍ରମ ରଙ୍ଗ ବ୍ୟବହାର ହେଉନଥିଲା। ପ୍ରାକୃତିକ ରଙ୍ଗ ନାଲିମାଟି ଓ ଦୀପର କଳାକୁ ସେମାନେ ରଙ୍ଗ ଭାବେ ବ୍ୟବହାର କରୁଥିଲେ। ସମୟର ପରିବର୍ତ୍ତନ ସହିତ ଏଥିରେ ମଧ୍ୟ ପରିବର୍ତ୍ତନ ହୋଇଛି। ସଂପ୍ରତି ଗଣ୍ଡ ଚିତ୍ରକଳାରୁ ଆର୍ଥିକ ଲାଭ ମିଳିବା ସହିତ ଏହି ଜନଜାତି ଗୋଷ୍ଠୀର ରୋଜଗାରରେ ସହାୟକ ହୋଇପାରିଛି। ଏବେ ଗଣ୍ଡ ଚିତ୍ରକଳାରେ କାନ୍‌ଭାସ୍‌ ଓ ଏକି୍ରଲିକ୍‌ ରଙ୍ଗ ବ୍ୟବହାର କରାଯାଉଛି।

Comments are closed.