ଜିଲାର କରୋନା ମୃତ୍ୟୁସଂଖ୍ୟା ପ୍ରକାଶ କରାଯାଉ : ବିଜେପି

କରୋନାକୁ ନେଇ କଂଗ୍ରେସ ଓ ବିଜେଡି ଶସ୍ତା ରାଜନୀତି କରୁଛନ୍ତି , ଉମରକୋଟରେ କୋଭିଡ୍‍ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଦାବି

ନବରଙ୍ଗପୁର: ମହାମାରୀ କରୋନା ପରିସ୍ଥିତିକୁ ନେଇ ବିଜେପି ପକ୍ଷରୁ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଯେଗ ଦେଇ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ ଯୋଗଚଦେଇ ସାରା ଦେଶରେ କରୋନାର ଭୟାବହତା ଦେଖାଦେଇଥିବାବେଳେ କେନ୍ଦ୍ର ସରକାର ସମସ୍ତ ପ୍ରକାର ବ୍ୟବସ୍ଥାକରୁଛନ୍ତି। ତେବେ କଂଗ୍ରେସଦଳ ସରକାରଙ୍କୁ ସହଯୋଗ କରିବା ବଦଳରେ ହୀନ ରାଜନୀତି କରି ସବୁକାର୍ଯ୍ୟକୂୁ ସମାଲୋଚନା କରୁଥିବା କହିଥିଲେ। କଂଗ୍ରେସ ପ୍ରଥମେ ଟୀକାକୁ ନେଇ ସମାଲୋଚନା କରିଥିବାବେଳେ ଲୋକଙ୍କର ମଧ୍ୟରେ ଭ୍ରମ ସୃଷ୍ଟି କରୁଛି । କଂଗ୍ରେସ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କର ବିରୋଧରେ ମିଥ୍ୟା ପ୍ରଚାରକରୁଛି। ଯାହାକି ବର୍ତ୍ତମାନ ପରିସ୍ଥିତିରେ ଆଦୈା ସମୀଚିନ ନୁହେଁ । ସେହିପରି ଓଡିଶାକୁ କେନ୍ଦ୍ର ସରକାର ସମସ୍ତ ସହଯୋଗ କରି ସହାୟତା ଦେଉଥିବାବେଳେ ରାଜ୍ୟରେ ବିଜେଡି ସରକାର କେନ୍ଦ୍ରକୁ ସମାଲୋଚନା କରୁଛି। ରାଜ୍ୟସରକାର ଅକ୍ସିଜେନକୁ ନେଇ ରାଜନୀତି କରୁଥିବାବେଳେ ପ୍ରକୃତରେ ଷ୍ଟିଲ ପ୍ଲାଣ୍ଟରେ ବ୍ୟବହୃତ ହେବାକୁ ଥିବା ଅକ୍ସିଜେନ କୁ ଜରୁରୀ କାଳୀନ ଭାବେ କରୋନା ମହାମାରୀ ପାଇଁ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀଙ୍କର ନିର୍ଦ୍ଦେଶରେ କରାଯାଇଛି। ରାଜ୍ୟରେ କରୋନ ଆକ୍ରନ୍ତଙ୍କର ଉପଯୁକ୍ତ ଚିକିତ୍ସା ,କୋଭିଡ ଡାକ୍ତର ପରିଚାଳନା ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଉନାହାନ୍ତି। ନବରଙ୍ଗପୁର କୋଭିଡ ଡାକ୍ତରଖାନାରେ ଆଜି ପର୍ଯ୍ୟନ୍ତ ମଞୁର ହୋଇଥିବା ୪ଟି ଜୀବନରକ୍ଷାକାରୀ ଭେଣ୍ଟିିଲେଟର କାର୍ଯ୍ୟକ୍ଷମ ହୋଇ ପାରିନି। ଆବଶ୍ୟକ ଅକ୍ସିଜେନ ରୋଗୀଙ୍କୁ ଦିଆଯାଉନଥିବା ଅଭିଯୋଗ ହେଊଛି। ଅପର ପକ୍ଷରେ ଓଡିଶା ସରକାର ଟୀକାକୁ ନେଇ ନାଟକ କରୁଛନ୍ତି। ଟୀକାକେନ୍ଦ୍ରରୁ ଲୋକଙ୍କୁ ଫେରାଇ ଦିଆଯାଉଛି। କେନ୍ଦ୍ରରୁ ଆସୁଥିବା ଟୀକାକୁ କେବଳ ନିଦ୍ଧିଷ୍ଟ ଅଞ୍ଚଳକୁ ଦିଆଯାଉଥିବା ବେଳେ ରାଜ୍ୟର ସମସ୍ତ ଅଞ୍ଚଳକୁ ସମାନ ଭାବରେ ବଣ୍ଟନ କରିବାକୁ ଦାବି କରିଛନ୍ତି। କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ସଂପର୍କରେ କୈାଣସି ସୂଚନା ଦିଆଯାଉନଥିବାବେଳେ ଦଳ ପକ୍ଷରୁ ଜାତୀୟ ମାନବାଧିକାର କମିନଶରଙ୍କର ନିକଟରେ ମାମଲା ରୁଜୁ କରାଯିବ ବୋଲି କହିଥିଲେ। ଜିଲା ପ୍ରଶାସନ କେବଳ ପୁରସ୍କାର ନେବାରେ ବ୍ୟସ୍ତ ରହିଥିବାବେଳେ ବାସ୍ତବରେ ଲୋକଙ୍କର କାମ ହୋଇପାରୁନଥିବା ଅଭିଯୋଗ କରିଥିଲୋ ଉମରକୋଟ ବିଧାୟକ ନିତ୍ରାନନ୍ଦ ଗଣ୍ଡ ବର୍ତ୍ତମାନ ସୁଦ୍ଧା ର ୧୭ କୋଟି ଲୋକଙ୍କୁ ଟୀକା ଦିଆସରିଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଟୀକା ଦେବା ପାଇଁ ପ୍ରୟାସଜାରି ରହିଛି। କରୋନା ସମୟରେ ଗତ ବର୍ଷ କେନ୍ଦ୍ର ସରକାର ୮୦କୋଟି ହିତାଧକାରୀଙ୍କୁ ଗତ ବର୍ଷ ୮ମାସର ଚାଉଳ ଦେଇଥିବାବେଳେ ଚଳିତ ବର୍ଷ ମେ ଓ ଜୁନ ମାସରେ ମଧ୍ୟମାଗଣାର ଚାଉଳ ଦିଆଯାଉଛି। କେନ୍ଦ୍ର ସରକାର କରୋନାର ମୁକାବିଲା ପାଇଁ ଓଡିଶାକୁ ୩୩୩,୮ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। କଂଗ୍ରେସ ଦଳ ଦେଶରେ ନିଜର ଆସ୍ଥା ହରାଇଛି। ଏହି ଦଳ ହତାଶ ହୋଇ କରୋନା ସମୟରେ ସହଯୋଗ ନକରି ଶସ୍ତା ରାଜନୀତି କରିବା ଆଦୈା ଗ୍ରହଣୀୟ ନୁହେଁ। କଂଗ୍ରେସ ର ଆଭିମୁଖ୍ୟ କୁ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଏକପତ୍ର ଲେଖିଥିବା କହିଥିଲେ। ନବରଙ୍ଗପୁର ଜିଲାରେ କୋଭଡ ଡାକ୍ତରଖାନରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିବାବେଳେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଓ ଗରମ ପାଣି ମଧ୍ୟ ମିଳୁନି। ଗୁରୁତର ରୋଗୀ ଏଠାକୁ ଆସୁଥିବାବେଳେ ଭେଣ୍ଟିଲେଟର ନଲଗାଇବା ଦୁର୍ଭାଗ୍ୟଜନକ ବିଷୟ। ଏହି ଅସୁବିଦା ସଂପର୍କରେ ରାଜ୍ୟସରକାର ଦୃଷ୍ଟି ଦେଉ ନାହାନ୍ତି। ଜିଲାରେ ଅଧିକ ପରୀକ୍ଷାକେନ୍ଦ୍ର କରାଯାଇ ଅଧିକ ଲୋକଙ୍କୁ ପରୀକ୍ଷା କରାଗଲେ ଅଧିକ କରୋନ ପିଜିଟିଭ ବାହାରିବ। ଯାହାକି କରୋନା ମୁକାବିଲା ହୋଇ ପାରନ୍ତା। ଅଙ୍ଗନବାଡୀ କର୍ମୀ ପ୍ରତି ଗ୍ରମାରେ ନିୟୋଜିତ କରି ଲୋକଙ୍କୁ ପରୀକ୍ଷା କରାଇବାକୁ ମତଦେଇଥିଲେ । ଛତିଶଗଡ ରାଜ୍ୟସୀମାନ୍ତ ହୋଇଥିବାରୁ ଏହି ଜିଲାର ଗ୍ରାମାଞ୍ଚଳରେ ସଚେତନତା ଅଭାବ ଫଳରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଥିଲେ। ଉମରକୋଟରେ ଏକ କୋଭିଡ ଡାକ୍ତରଖାନା ଖୋଲିବାକୁ ଦାବି କରିଛନ୍ତି। ଏହା ଦ୍ୱାରା ଚନ୍ଦାହାଣ୍ଡି, ଝରିଗାଁ, ରାଇଘର ଓ ଉମରକୋଟ ବ୍ଳକ ଅଞ୍ଚଳର ଗୁରୁତର ଆକ୍ରାନ୍ତକାରୀ ତୁରନ୍ତ ଚିକିତ୍ସା ପାଇବା ସହ ଜୀବନ ରକ୍ଷା ହୋଇ ପାରନ୍ତା ବୋଲି କହିଛନ୍ତିି।

ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଗୈାରୀଶଙ୍କର ମାଝୀ ନବରଙ୍ଗପୁରରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏଠାରେ ଜିଲା ସ୍ୱାସ୍ତ୍ର୍ୟ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷମ କରାନଯିବା ଦୁଃଖର ବିଷୟ। କରୋନା ପାଇଁ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କରି ଏକ ଘରୋଇ ଭାବେ ପୁନଃନିଯୁକ୍ତି ଦିଆଯିବାଘଟଣାକୁ ବିରୋଧ କରି ତୁରନ୍ତ ସରକାରୀ ଭାବେ ନିଯୁକ୍ତି ଦେବାକୁ ଦାବିି କରିଛନ୍ତି। ପୂର୍ବତନ ଜିଲା ସଭାପତି ରମେଶ ଚନ୍ଦ୍ର ସାହୁ ଜିଲାରେ କରୋନା ମୃତ୍ୟୁ ନେଇ ଜିଲା ପ୍ରଶାସନ କିମ୍ବା ରାଜ୍ୟସରକାର ସୂଚନା ଦେଉନଥିବାନେଇ ନିନ୍ଦା କରିବା ସହ ଦଳ ପକ୍ଷରୁ ଜିଲାର ମୃତ୍ୟୁ ସଂପର୍କରେ ଆକଳନ କରି ଗଣମାଧ୍ୟମକୁ ଅବଗତ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଜୈନ, ଜିଲା ସମ୍ପାଦକ ଶଙ୍କର ଷଡଙ୍ଗୀ ଓ ନଗର ସଭାପତି ପିଣ୍ଟୁ ମିଶ୍ର ପ୍ରମୂଖ ଉପସ୍ଥତ ଥିଲେ।

 

Comments are closed.