ଭକ୍ତିର ସମ୍ପର୍କ ଯୋଡିଲା ରିଲାଏନ୍ସ ଜିଓ; କୋଟି କୋଟି ଶ୍ରଦ୍ଧାଳୁ ଅମରନାଥ ଯାତ୍ରାର ଭର୍ଚୁଆଲ ଦର୍ଶନ କରିପାରିବେ

ନୂଆଦିଲ୍ଲୀ/ଶ୍ରୀନଗର: ବାବା ବର୍ଫାନିଙ୍କର କୋଟି କୋଟି ଭକ୍ତ ସମ୍ପ୍ରତି ତାଙ୍କର ଅନ୍‍ଲାଇନ ଦର୍ଶନ କରିପାରିବେ । ପ୍ରାତଃ ଓ ସଂଧ୍ୟା ସମୟରେ ହେବାକୁ ଥିବା ବାବାଙ୍କର ବିଶେଷ ଆରତିକୁ ସମ୍ପ୍ରତି ଶ୍ରଦ୍ଧାଳୁମାନେ ଜିଓଟିଭିରେ ଲାଇଭ ଦେଖିପାରିବେ । ଏଥିପାଇଁ ରିଲାଏନ୍ସ ଜିଓ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଶ୍ରୀ ଅମରନାଥ ଜୀଙ୍କ ନିକଟରୁ ଲାଇଭ ଷ୍ଟ୍ରିମିଂ ପାଇଁ ଜିଓଟିଭିରେ ‘ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡ’ ନାମରେ ଏକ ନୂଆ ଚାନେଲ ଆରମ୍ଭ କରାଯାଇଛି ।
ଭକ୍ତଗଣ ସମ୍ପ୍ରତି ଭିଡିଓ କନଫରେନ୍ସିଂ ଆପ୍‍ ଜିଓମିଟ୍‍ ଜରିଆରେ ଲାଇଭ ପୂଜା, ଲାଇଭ ହୋମ ଆଦି ମଧ୍ୟ କରାଇପାରିବେ । ଏହାର ଅର୍ଥ ହେଉଛି ଜିଓମିଟ୍ ରେ ଭକ୍ତମାନଙ୍କୁ ଭର୍ଚୁଆଲରେ ଏଭଳି ଏକ ପୂଜାଘର ମିଳିବ, ଯେଉଁଠାରେ ଭକ୍ତଙ୍କ ବ୍ୟତୀତ ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡର ପୂଜାରୀମଧ୍ୟ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ । ପୂଜା ଅଥବା ହୋମ ପୂଜାରୀଙ୍କ ଦ୍ୱାରା ପବିତ୍ର ଗୁମ୍ଫାରେ ଭକ୍ତଙ୍କ ‘ନାମ’ ଏବଂ ‘ଗୋତ୍ର’ ଉଚ୍ଚାରଣ ସହିତ କରାଯିବ । ‘ମନ୍ତ୍ର ଏବଂ ଶ୍ଳୋକ’ ଉଚ୍ଚାରଣ ସହିତ ହେବାକୁ ଥିବା ଭର୍ଚୁଆଲ ପୂଜାର ଅନୁଭବ ଏଭଳି ହେବ, ଯେମିତି ଅମରନାଥ ଗୁମ୍ଫାରେ ଲିଙ୍ଗ ସମ୍ମୁଖରେ ବସି ପୂଜା କରାଯାଉଛି, ସେହିଭଳି ପ୍ରତୀୟମାନ ହେବ ।

ଭର୍ଚୁଆଲ ଲାଇଭ ପୂଜାକୁ ବୋର୍ଡର ୱେବସାଇଟ ଏବଂ ବୋର୍ଡର ମୋବାଇଲ ଆପ୍ଲିକେସନ ଜରିଆରେ ବୁକ୍‍ କରାଯାଇପାରିବ । ଥରେ ବୁକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାପରେ ଭକ୍ତଙ୍କୁ ଜିଓମିଟ୍‍ରେ ଏକ ଲିଙ୍କ ପଠାଯିବ ଏବଂ ସେ ତାଙ୍କର ନିର୍ଦ୍ଦିଷ୍ଟ ବୁକିଂ ସମୟରେ ଏଥିରେ ସାମିଲ ହୋଇପାରିବେ ।
ଜମ୍ମୁ କାଶ୍ମୀର ପ୍ରଶାସନ ଚଳିତ ବର୍ଷ କରୋନା କାରଣରୁ ଅମରନାଥ ଯାତ୍ରା ବାତିଲ କରିବା ନିଷ୍ପତ୍ତି ନେଇଥିଲେ । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରାକୁ ବନ୍ଦ କରାଯାଇଛି । ବାବାଙ୍କର ଭକ୍ତଗଣ ଦର୍ଶନରୁ ବଂଚିତ ନହୁଅନ୍ତୁ, ସେଥିପାଇଁ କଷ୍ଟକର ଭୌଗୋଳିକ ପରିସ୍ଥିତି ଏବଂ ଖରାପ ପାଗ ପରିସ୍ଥିତି ସତ୍ତ୍ୱେ ରିଲାଏନ୍ସ ଜିଓ ଜରୁରି ଭିତ୍ତିଭୂମି ପ୍ରସ୍ତୁତ କରିଦେଇଛି । ବ୍ୟାଣ୍ଡୱିଡ୍‍ଥ ପାଇଁ ଅମରନାଥ ଜୀଙ୍କ ବେସ୍‍ କ୍ୟାମ୍ପ ବାଲଟାଲରୁ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଫାଇବର କେବୁଲ ବିଛାଯାଇଛି ।

ଜିଓ ଗ୍ରାହକଙ୍କ ସହିତ ଅନ୍ୟ ବ୍ୟବହାରକାରୀ ମଧ୍ୟ ଅମରନାଥ ଜୀଙ୍କର ଦର୍ଶନର ଲାଭ ଉଠାଇପାରିବେ । ରିଲାଏନ୍ସ ଜିଓ ଜିଓଚାଟରେ ‘ଅମରନାଥ ଦର୍ଶନ ଚାନେଲ’ ପ୍ରସ୍ତୁତ କରିଛି । ପ୍ଲୋ ଷ୍ଟୋର୍‍ସରେ ମାଗଣାରେ ଉପଲବ୍ଧ ହେଉଥିବା ଜିଓଚାଟ ଆପ୍‍ର ଏହି ଚାନେଲ ଜରିଆରେ ଦୁନିଆଁର ଯେକୌଣସି ସ୍ଥାନରେ ରହୁଥିବା ଭକ୍ତ ଏଣିକି ଅତି ସହଜରେ ବାବା ବର୍ଫାନିଙ୍କର ଲାଇଭ ଦର୍ଶନ କରିପାରିବେ । ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡ, ଜିଓଚାଟର ଏହି ଚାନେଲର ଉପଯୋଗ କରି ଏହା ଜରିଆରେ ଏହାର ଅଗଣତି ଅନୁଗାମୀଙ୍କୁ ଆବଶ୍ୟକ ସୂଚନା ଓ ଭିଡଓ, ଲାଇଭ ଦର୍ଶନ, ଆରତି ସମୟ, ଦାନ ଦେବାର ବିସ୍ତୃତ ପଦ୍ଧତିର ବିବରଣୀ ଏବଂ ପ୍ରସାଦ ଘରେ ପହଞ୍ଚାଇବା ଆଦି ସମ୍ପର୍କିତ ସୂଚନା ପ୍ରଦାନ କରିବ ।
ବମ୍‍ ବମ୍‍ ଭୋଲେଙ୍କ ବିନା ପୂଜାର୍ଚ୍ଚନା ସଂଗୀତ ମଧ୍ୟ ସମ୍ଭବ ନୁହେଁ । ଭୋଲା ବାବାଙ୍କ ଭକ୍ତଗଣ ପାଇଁ ଜିଓସାୱନରେ ଗୀତ, ଆରତି, ସ୍ତୁତି ଏବଂ ଭଜନ ଭରପୂର ହୋଇ ରହିଛି । ‘ଚଲୋ ଅମରନାଥ‘ ନାମରେ ଏକ ପ୍ଲେ ଲିଷ୍ଟ ଏଥିରେ ପ୍ରସ୍ତୁତ କରାଯାଇଛି ।

Comments are closed.