ଏମିତି କରନ୍ତୁ କୀଟାଣୁ ଶୋଧନ

କରୋନା ସଂକ୍ରମଣରୁ ସୁରକ୍ଷା ଲାଗି ନିଜର ହାତ ବାରମ୍ବାର ସାବୁନ ଓ ପାଣିରେ ୨୦ ସେକେଣ୍ଟ ପର୍ୟ୍ୟନ୍ତ ଧୋଇବା ଉଚିତ। ଏଥିସହ ବାରମ୍ବାର ସ୍ପର୍ଶ କରୁଥିବା ସାମଗ୍ରୀ, ଘର ପ୍ରଭୃତିକୁ କୀଟାଣୁଶୋଧନ କରିବା ନିହାତି ଜରୁରୀ। ଏଣୁ ବିଶୋଧନ ବେଳେ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ। ଏଥିନେଇ ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ କେନ୍ଦ୍ର (ସିଡିସି) ପକ୍ଷରୁ କେତେକ ନିୟମ କୁହାଯାଇଛି। ଯେମିତିକି –
  ବାରମ୍ବାର ଛୁଉଁଥଇବା ସ୍ଥାନ, ସାମଗ୍ରୀ ଅଥବା ଚଟାଣ ସଫା କରିବା ପୂର୍ବରୁ ହ୍ୟାଣ୍ଡଗ୍ଲୋବ୍‌ସ ପିନ୍ଧନ୍ତୁ।
–  ଟେବୁଲ, କବାଟର ହ୍ୟାଣ୍ଡେଲ, ଲାଇଟ ସୁଇଚ, ଥାକର ଉପରିଭାଗ, ଟେବୁଲ, ଫୋନ, କିବୋର୍ଡ, ଶୌଚାଳୟ, ସିଙ୍କ, ବେସିନ ଭଳି ସାମଗ୍ରୀଗୁଡିକୁ ନିୟମିତ ସଫା କରନ୍ତୁ।
–  ସାବୁନପାଣି ତଥା କୀଟାଣୁନାଶକ ଦ୍ବାରା ଘର ସଫା କରନ୍ତୁ। ଲଘୁ ବ୍ଲିଚିଂ ଦ୍ରବଣ ମଧ୍ୟ ବ୍ୟବହାର କରାଯାଇପାରେ। ତେବେ ଏଭଳି ଉତ୍ପାଦର ବ୍ୟବହାର ଅବଧି ଶେଷ ହୋଇ ନ ଥିବା ଆବଶ୍ୟକ।
–  ଏକ ବାଲତି ପାଣିରେ ୫ ଟେବୁଲସ୍ପୁନ ବା ଚାମଚ ବ୍ଲିଚିଂ ଗୋଳାଇ ଦ୍ରବଣ ପ୍ରସ୍ତୁତ କରିପାରିବେ।
–  ଯଦି ଆଲକହଲ ଦ୍ରବଣ ବ୍ୟବହାର କରୁଛନ୍ତି ତା’ ହେଲେ ତାହା ୭୦% ଆଲକହଲ ଯୁକ୍ତ ହେବା ଆବଶ୍ୟକ।
–  କୀଟାଣୁନାଶକ ଦ୍ରବଣ ବ୍ୟବହାର କରିବା ବେଳେ ଘରର ଝରକା ଓ କବାଟ ଖୋଲା ରଖନ୍ତୁ ଯଦ୍ବାରା ବାୟୁ ଚଳପ୍ରଚଳ କରିପାରିବ।
କାରପେଟ ପଡିଥିବା ଚ୍‌ଟାଣ ତଥା ଅନୁରୂପ ଚଟାଣକୁ ଏଥିଲାଗି ଉଦ୍ଦିଷ୍ଟ କ୍ଲିନର ଦ୍ବାରା ସଫା କରନ୍ତୁ। ଏଥିପାଇଁ ସାବୁନ ଓ ପାଣିର ବ୍ୟବହାର ମଧ୍ୟ କରିପାରିବେ।
  ପୋଷକପତ୍ରକୁ ଆବଶ୍ୟକ ଅନୁସାରେ ଗରମ ପାଣିରେ ବତୁରାଇ ସଫା କରନ୍ତୁ। ପରେ ତାହାକୁ ଭଲ ଭାବେ ଶୁଖାଇ ଦିଅନ୍ତୁ।
–  ଟଚ ସ୍କ୍ରିନ, କିବୋର୍ଡ ରିମୋଟ କ‌େ‌ଣ୍ଟ୍ରାଲ ଏବଂ ଏଟିଏମ ମେସିନ ଭଳି ବୈଦ୍ୟୁତିକ ଯନ୍ତ୍ରାଂଶ କୀଟାଣୁଶୋଧନ କରିବା ଲାଗି ୭୦% ଆଲକହଲ ଯୁକ୍ତ ୱାଇପ ଅଥବା ‌େ‌ସ୍ପ୍ର ବ୍ୟବହାର କରିପାରିବେ।
  ମଇଳା ପୋଷାକ ସଫା କରିବା ବେଳେ ନିଶ୍ଚିତ ଭାବେ ଗ୍ଲୋଭସ ପିନ୍ଧନ୍ତୁ। ସଫା କରିସାରିବା ପରେ ଉକ୍ତ ଗ୍ଲୋଭସକୁ କାଢି ଫିଙ୍ଗିଦିଅନ୍ତୁ। ପରେ ହାତକୁ ଭଲ ଭାବେ ସାବୁନ ଓ ପାଣିରେ ସଫା କରନ୍ତୁ।

Comments are closed.