ନୂଆବର୍ଷରେ କର୍କଟ,ସିଂହ ଓ କନ୍ୟା ରାଶିର ବ୍ୟକ୍ତି ଖାଆନ୍ତୁ ଏହି ଖାଦ୍ୟ

0

ନୂଆ ବର୍ଷ ପାଇଁ ସାରା ଭାରତରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଆପଣ ଯଦି ନିଜ ନୂଆ ବର୍ଷକୁ ଅଭୁଲା କରିବାକୁ ଚାହୁଁଛନ୍ତି ତେବେ କିଛି ଉପାୟ କରିବାକୁ ପଡିବ। ସମସ୍ତେ ଜାଣିଛନ୍ତି ଯେ, ବିନା ପରିଶ୍ରମରେ କୌଣସି ଜିନିଷ ମିଳି ନଥାଏ। କିନ୍ତୁ ବେଳେବେଳେ ଅଳ୍ପ ପରିଶ୍ରମ ଦ୍ବାରା ଅନେକ କିଛି ମିଳିଥାଏ। ନୂଆ ବର୍ଷରେ ନିଜ ରାଶି ଅନୁସାରେ ଭୋଜନ କରିବା ଦ୍ବାରା ପୂରା ବର୍ଷ ଭଲରେ ବିତିବ।

କର୍କଟ : ଏହି ରାଶିର ବ୍ୟକ୍ତିମାନେ କ୍ଷୀର, ପନିର, ଘିଅ, ଅଦା, ଭାତ ଇତ୍ୟାଦି ଖାଇ ପାରିବେ।

ସିଂହ : ଏହି ରାଶିର ବ୍ୟକ୍ତିମାନେ ନିଜ ଇଚ୍ଚାନୁଯାୟୀ ଖାଦ୍ୟ ଖାଇ ଥାଆନ୍ତି। ଏମାନଙ୍କୁ ଯେଉଁ ଖାଦ୍ୟ ପସନ୍ଦ ନ ଥାଏ ତାହାକୁ ଖାଆନ୍ତି ନାହିଁ। ନୂଆବର୍ଷରେ ଏହି ରାଶିର ବ୍ୟକ୍ତିଙ୍କୁ କମଳା ଜୁସ, ପିଜୁଳି, ସେଓ, ପାଳଙ୍ଗ, ମକାର ରୁଟି, ବାଇଗଣ ଓ ଭାତ ଖାଇବା ଉଚିତ।

କନ୍ୟା : ଏହି ରାଶିର ବ୍ୟକ୍ତିମାନଙ୍କୁ ପାଚିଲା ଓ ମିଠା ଫଳ ଖାଇବା ଉଚିତ। କାରଣ ଏମାନେ ଅଧିକାଂଶ ନୃତ୍ୟୁ ଓ ସଙ୍ଗୀତରେ ରୁଚି ରଖି ଥାଆନ୍ତି। ନୂଆବର୍ଷରେ ରୁଟି, ମିଠା, କଞ୍ଚା କଦଳୀର ତରକାରୀ, ଭଜା, ଆମ୍ବ, ଗୁଡ ଓ ଘିଅ ଖାଇବା ଉଚିତ।

ଆଲେଖ୍ୟ- ପ୍ରଜ୍ଞାସିନୀ ମଲ୍ଲିକ

Leave A Reply