ବଳଦିଲେ ପଞ୍ଜାବ ଡିଜିପି

ନୂଆଦିଲ୍ଲୀ: ବଳଦିଲେ ପଞ୍ଜାବ ଡିଜିପି । ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ ହେଲେ ବୀରେଶ କୁମାର ଭାୱରା । ଭାୱରା ୧୯୮୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ । ସେ ଭିଜିଲାନ୍ସ ମୁଖ୍ୟ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି।୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସେ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ନୋଡାଲ ଅଫିସର ଭାବରେ ନିଯୁକ୍ତ ହୋଇଥିଲେ । ଏଥର ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଡିଜିପି ପଦରେ ଭାୱରାଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ୱରୁ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ନେଇ ୩ ଆଇପିଏସଙ୍କୁ ସୁପାରିସ କରିଥିଲା ୟୁପିଏସସି। ୟୁପିଏସସି ସୁପାରିସ କରିଥିବା ଆଇପିଏସଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି ମିଳିଛି ।

Comments are closed.