କିଙ୍ଗ୍‍ସ ଏକାଦଶ ମେଣ୍ଟର ପଦ ଛାଡ଼ିଲେ ସେହ୍ୱାଗ

0

ନୂଆଦିଲ୍ଲୀ : ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଇତିମଧ୍ୟରେ ଆଇପିଏଲ ଫ୍ରାଞ୍ଚାଇଜି କିଙ୍ଗ୍‍ସ ଏକାଦଶ ପଞ୍ଜାବ ସହ ସମ୍ପର୍କ ଛିନ୍ନ କରିଛନ୍ତି। ୨୦୧୬ରେ ଫ୍ରାଞ୍ଚାଇଜି ପକ୍ଷରୁ ସେହ୍ୱାଗଙ୍କୁ ଦଳର ପ୍ରୋତ୍ସାହନଦାତା (ମେଣ୍ଟର) ନିଯୁକ୍ତ କରାଯାଇଥିଲା। ବିଗତ ତିନି ବର୍ଷ ଧରି ସେହ୍ୱାଗ ଆଇପିଏଲରେ ଦଳୀୟ ଖେଳାଳିଙ୍କ ମନୋବଳ ବୃଦ୍ଧି ଦିଗରେ କାର୍ଯ୍ୟ କରୁଥିଲେ। ତେବେ କେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି, ସେ ସମ୍ପର୍କରେ ସେହ୍ୱାଗ ସ୍ପଷ୍ଟ କରିନାହାନ୍ତି। ଚଳିତବର୍ଷ ଆଇପିଏଲ ଚାଲିଥିବାବେଳେ ଫ୍ରାଞ୍ଚାଇଜି ମାଲିକାଣୀ ପ୍ରୀତି ଜିଣ୍ଟାଙ୍କ ସହ ସେହ୍ୱାଗଙ୍କ ମତାନ୍ତର ହୋଇଥିଲା। ପ୍ରୀତି ଅବଶ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହ୍ୱାଗ ଅବଶ୍ୟ ଦୁଇଟି ସିଜିନରେ କିଙ୍ଗ୍‍ସ ଏକାଦଶକୁ ପ୍ରତିନିଧିତ୍ୱ କରିଛନ୍ତି। କ୍ରିକେଟରୁ ଅବସର ନେବାପରେ ସେ କିଙ୍ଗ୍‍ସ ଏକାଦଶ ମେଣ୍ଟ୍‍ର ଦାୟିତ୍ୱ ଗ୍ରହଣ କରିଥିଲେ। ସେହ୍ୱାଗଙ୍କ କାର୍ଯ୍ୟକାଳରେ କିଙ୍ଗ୍‍ସ ଏକାଦଶ ୨୦୧୬ରେ ୮ମ, ୨୦୧୭ରେ ୫ମ ଓ ୨୦୧୮ରେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଥିଲା।

Leave A Reply