ଶତ ପ୍ରତିଶତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବି : ବୀରେନ୍ଦ୍ର ଲାକ୍ରା

0

ଭୁବନେଶ୍ଵର : ହକି ବିଶ୍ୱକପ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିବା ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା କୁହନ୍ତି, ଘରୋଇ ପଡ଼ିଆରେ ଘରୋଇ ସମର୍ଥକଙ୍କ ଗହଣରେ ବିଶ୍ୱକପ ଖେଳିବା ଏକ ନିଆରା ସୁଯୋଗ। ଚୂଡାନ୍ତ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ବିଶ୍ୱାସ ରଖିଥିଲି। ଏସୀୟ କ୍ରୀଡ଼ାରେ ଆହତ ହେବା ପରେ ସୁସ୍ଥହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛି। ବିଶ୍ୱକପରେ ଶତ ପ୍ରତିଶତ ପ୍ରଦର୍ଶନ କରିବା ନେଇ ସମସ୍ତ ପ୍ରକାର ଉଦ୍ୟମ କରିବି ଭାରତୀୟ ଦଳର ପ୍ରମୁଖ ଡିଫେଣ୍ଡର ବୀରେନ୍ଦ୍ର କହିଛନ୍ତି। ସୂଚନାଯୋଗ୍ୟ, ରାଉରକେଲାର ୨୮ ବର୍ଷ ବୟସ୍କ ଡିଫେଣ୍ଡର ବୀରେନ୍ଦ୍ର ୭୧ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୭ଟି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ୨୦୧୪ ବିଶ୍ୱକପରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ବୀରେନ୍ଦ୍ର ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

Leave A Reply