ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ କୋହଲି, କହିଲେ କେବେ ବି ଉଦ୍ୟମ ଓ ବିଶ୍ବାସରେ ଅବହେଳା କରିନାହିଁ

ନୂଆଦିଲ୍ଲୀ: ବିରାଟ କୋହଲି ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଏକ ଟ୍ବିଟ କରି ସେ ଏହି ସୂଚନା ଦେଇଛନ୍ତି । ୭ବର୍ଷ ଧରି ଦଳର ସଫଳତା ପାଇଁ କାର୍ଯ୍ୟ କରିଥିବା ଉଲ୍ଲେଖ କରି କହିଥିଲେ ଯେ ତ ୭ ବର୍ଷରେ ସେ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଦଳକୁ ଆଗକୁ ନେଇଛନ୍ତି । ନିଜ କାମକୁ ସେ ସଚ୍ଚୋଟତାର ସହ କରିଛନ୍ତି ।

 

ଦୀର୍ଘ ପଥ ଯାତ୍ରାରେ ଉତ୍‌ଥାନ ଓ ପତନ ସହ ଗତି କରିଛି। କେବେ ବି ଉଦ୍ୟମ ଓ ବିଶ୍ବାସରେ ଅବହେଳା କରିନାହିଁ। ଅଧିନାୟକ ଭାବେ ୧୨୦% ଦେବା ପାଇଁ ଉଦ୍ୟମ କରିଛି। ମୋ ହୃଦୟ ନିର୍ମଳ ଅଛି, ଏଣୁ ମୁଁ ମୋଟ ଟିମ ପ୍ରତି ବିଶ୍ବସ୍ତତାକୁ ତ୍ୟାଗ କରିପାରିବି ନାହିଁ । ସେ ମଧ୍ୟ ରବି ଶାସ୍ତ୍ରୀ, ମହେନ୍ଦ୍ର ସିଂ ଧୋନୀ ଓ ଦଳର ଅନ୍ୟ ଖେଳାଳିମାନଙ୍କୁ ଧନ୍ୟବାଦ ଦେଇଛନ୍ତି । କେବେ ବି ଟିମର ସମ୍ମାନହାନୀ ହେଲା ଭଳି କାମ କରିନାହିଁ। ଦେଶର ନେତୃତ୍ବ ନେବାକୁ ସୁଯୋଗ ଦେଇଥିବାରୁ ବିସିସିଆଇକୁ କୃତଜ୍ଞତା ଜଣାଇଛନ୍ତି।

Comments are closed.