ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ : କୋହଲି ଏବଂ ରୋହିତ ଶୀର୍ଷରେ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଦିନିକିଆ ର‍୍ୟାଙ୍କିଙ୍ଗରେ ବ୍ୟାଟ୍ସମ୍ୟାନ୍ ତାଲିକାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ ରୋହିତ ଶର୍ମାରେ ରହିଛନ୍ତି। ତେବେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବୋଲର ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

କୋଭିଡ-୧୯ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ୍ ମ୍ୟାଚ ବନ୍ଦ ରହିବାରୁ କୋହଲି (୮୭୧) ରେଟିଂ ପଏଣ୍ଟ ଏବଂ ରୋହିତ ଶର୍ମା (୮୫୫) ରେଟିଂ ପଏଣ୍ଟ ସହ ବ୍ୟାଟିଂ ତାଲିକାରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଜିମ୍ବାୱେ ବିପକ୍ଷରେ ତିନୋଟି ମ୍ୟାଚରେ ୨୨୧ ରନ୍ ସ୍କୋର କରି ପାକିସ୍ତାନ ଅଧିନାୟକ ବାବର ଆଜାମ ଏହି ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବ୍ୟବଧାନକୁ କମାଇ ଦେଇ କରିଛନ୍ତି। ସେ ଆଉ ଆଠଟି ରେଟିଂ ପଏଣ୍ଟ ହାସଲ କରିଥିଲେ ମଧ୍ୟ ପୂର୍ବ ପରି ତୃତୀୟ ସ୍ଥାନରେ ଅଛନ୍ତି। ଜିମ୍ବାୱେର ବ୍ରେଣ୍ଡନ୍ ଟେଲର ଏବଂ ସିନ ୱିଲିୟମ୍ସ ଏହି ସିରିଜରେ ଶତକ ହାସଲ କରିଥିଲେ। ଟେଲର ୪୨ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ବୋଲିଂ ତାଲିକାରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ (୭୨୨) ପଏଣ୍ଟ ସହ ଶୀର୍ଷରେ ଅଛନ୍ତି। ବୁମ୍ରା (୭୧୯) ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୧୬ ତମ ମାନ୍ୟତାରେ ପହଞ୍ଚିବାରେ ସଫଳ ହୋଇଛନ୍ତି।

ଇଂଲଣ୍ଡ ଦିନିକିଆ ର‍୍ୟାଙ୍କିଙ୍ଗରେ ଶୀର୍ଷରେ ରହିଛି। ଏହା ପରେ ଭାରତ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ଥାନ ରହିଛନ୍ତି।

Comments are closed.