ବିରାଟ କୋହଲି ୮୫ରନ କରି ଆଉଟ : ଭାରତର ଷଷ୍ଠ ୱିକେଟର ପତନ

କଟକ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଭାରତ ଷଷ୍ଠ ୱିକେଟ ହରାଇଛି। ଭାରତର ଅଧିନାୟକ ବିରାଟ କୋହଲି ୮୫ରନ କରି ଆଉଟ ହୋଇଯାଇଛନ୍ତି। ସେ ୮୧ବଲରୁ ୯ଟି ଚୌକା ସହାୟତାରେ ୮୫ରନ କରି ଆଉଟ ହୋଇଯାଇଛନ୍ତି। କୋହଲିଙ୍କ ୱିକେଟ ପରେ ଶ୍ରାଦୁଲ ଠାକୁର ବ୍ୟାଟିଂ କରିବାକୁ ଆସିଛନ୍ତି। ଅନ୍ୟପଟେ ରବିନ୍ଦ୍ର ଜାଡେଜା ୨୫ଟି ବଲରେ ୩୨ରନ କରି ଖେଳୁଛନ୍ତି।

ଭାରତକୁ ବିଜୟ ପାଇଁ ୧୨ଟି ବଲରେ ୭ରନର ଆବଶ୍ୟକତା ରହିଛି।

 

Comments are closed.