କୋହଲି : ଚଳିତ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର

ଅନ୍ୟ ୪ ଜଣଙ୍କ ସହ ୱିଜ୍‍ଡେନ୍‍ କ୍ରିକେଟର୍ସ ତାଲିକାରେ ସ୍ଥାନ ପାଇଲେ

ଲଣ୍ଡନ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଚଳିତ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଭାବେ ମାନ୍ୟତା ଲାଭ କରିଛନ୍ତି। ୱିଜ୍‍ଡେନ୍‍ କ୍ରିକେଟର୍ସ ତାଲିକାରେ କୋହଲି ଅନ୍ୟ ୪ ଜଣଙ୍କ ସହ ସ୍ଥାନ ପାଇଛନ୍ତି । ସେମାନେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଡେଲ୍‍ ଷ୍ଟେନ୍‍ ଏବଂ ଏ.ବି. ଡିଭିଲିୟର୍ସ, ଅଷ୍ଟ୍ରେଲିଆର ଷ୍ଟିଭ୍‍ ସ୍ମିଥ୍‍ ଏବଂ ମହିଳା ଅଲ୍‍ରାଉଣ୍ଡର ଲିଜ୍‍ ପେରି।

ସୂଚନାଯୋଗ୍ୟ, କୋହଲି ଗତ ୧୦ବର୍ଷ ମଧ୍ୟରେ ଆନ୍ତର୍ଜାତିକ କ୍ରିକେଟରେ ୫ହଜାର ୭୭୫ରୁ ଅଧିକ ରନ୍‍ ସ୍କୋର କରିଛନ୍ତି। ଏହି ୩୧ ବର୍ଷୀୟ ଭାରତୀୟ ଅଧିନାୟକ ଟେଷ୍ଟ କ୍ରିକେଟ୍‍ରେ ୨୭ଟି ଶତକ ସହ ୭ହଜାର ୨୦୨ରନ୍‍, ଦିନିକିଆରେ ୧୧ହଜାର ୧୨୫ ଏବଂ ଟି-୨୦ରେ ୨ହଜାର ୬୩୩ରନ୍‍ ସଂଗ୍ରହ କରିଛନ୍ତି । ତେନ୍ଦୁଲକର ଏବଂ ରିକି ପଣ୍ଟିଂ ପରେ କୋହଲି ହେଉଛନ୍ତି ଅଧିକ ରନ ସଂଗ୍ରହକାରୀ ଭାବେ ଏହି ତାଲିକାର ତୃତୀୟ କ୍ରିକେଟର । ଯିଏକି ସମସ୍ତ ଫର୍ମାଟରେ ୫୦ ପ୍ରତିଶତ ହାରରେ ୭୦ଟି ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ।

Comments are closed.