ବାରବାଟୀ ରେକର୍ଡରେ ଉନ୍ନତି କରିବା ଲକ୍ଷ୍ୟରେ କୋହଲି

କଟକ: ବିଶ୍ବର ପ୍ରାୟ ସମସ୍ତ ଗ୍ରାଉଣ୍ଡରେ ବଡ଼ ସ୍କୋର୍ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି; କେବଳ ବାରବାଟୀ ଷ୍ଟାଡିୟମ୍‌କୁ ଛାଡ଼ି। କଟକର ଏହି ଗ୍ରାଉଣ୍ଡରେ କୋହଲି ମୋଟ ୩୪ ଆନ୍ତର୍ଜାତିକ ରନ୍ କରିଛନ୍ତି। ୩ଟି ଦିନିକିଆରେ କୋହଲି ବାରବାଟୀରେ ୩, ୨୨ ଓ ୧ ରନ୍ କରିଥିବା ବେଳେ ଗୋଟିଏ ଟ୍ବେଣ୍ଟି୨୦ରେ ୮ ରନ୍ କରିଛନ୍ତି। ଭାରତର ସମସ୍ତ ଗ୍ରାଉଣ୍ଡ ତୁଳନାରେ ବାରବାଟୀରେ କୋହଲିଙ୍କ ରେକର୍ଡ ବୋଧହୁଏ ସବୁଠାରୁ ଖରାପ। ବିଶ୍ବର ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍ ଭାବେ ୧୦ ହଜାର ଦିନିକିଆ ରନ୍ ସ୍କୋର୍ କରିଥିବା ବିରାଟ କୋହଲି ନିଶ୍ଚିତ ଭାବେ ବାରବାଟୀ ଷ୍ଟାଡିୟମ୍‌ରେ ତାଙ୍କ ରେକର୍ଡରେ ଉନ୍ନତି କରିବାକୁ ଚାହିଁବେ। ଗତ ୨ଟି ଦିନିକିଆରେ କୋହଲି ୪ ଓ ୦ ରନ୍ କରିଛନ୍ତି। ଏହାକୁ ଦୃଷ୍ଟିରେ ରହି କୋହଲି ଶନିବାର ବାରବାଟୀ ଷ୍ଟାଡିୟମ୍‌ରେ ନେଟ୍‌ସରେ ଦୀର୍ଘ ସମୟ ବ୍ୟାଟିଂ କରିଥିଲେ। ଗ୍ରାଉଣ୍ଡରେ ସେ ତାଙ୍କ ଟ୍ରେଡ୍‌ମାର୍କ ଡ୍ରାଇଭ୍‌ ମାରିବା ସହ କିଛି ଉଚ୍ଚା ସଟ୍‌ ମଧ୍ୟ ଖେଳିଥିଲେ। ସୂଚନାଯୋଗ୍ୟ; କଟକରେ ସନ୍ଧ୍ୟାରେ ପଡ଼ୁଥିବା କାକରକୁ ନେଇ ଭାରତୀୟ ଦଳ ବେଶ୍ ଚିନ୍ତାରେ ପଡ଼ିଛି। ଏଥିପାଇଁ ଭାରତୀୟ ଦଳର ଫିଲ୍‌ଡିଂ ପ୍ରଶିକ୍ଷକ ଆର୍. ଶ୍ରୀଧର ବଲ୍‌କୁ ଓଦାକରି ବେଶ୍‌ କିଛି ସମୟ କ୍ୟାଚ୍ ଅଭ୍ୟାସ କରାଇଥିଲେ

Comments are closed.