ଅଧିନାୟକ କୋହଲି ଭାଙ୍ଗିଲେ ୫୧ ବର୍ଷ ତଳର ନବାବ ପଟୌଦିଙ୍କ ରେକର୍ଡ଼

ଆଡ଼ିଲେଡ଼: ଓଭାଲରେ ଅଷ୍ଟ୍ରେଲିଆ ସହ ପ୍ରଥମ ଷ୍ଟେଟ ମ୍ୟାଚର ଫଳାଫଳ କ’ଣ ହେବ ତାହା ଏଯାଏ ଅନିଶ୍ଚିତ । ଅଷ୍ଟ୍ରେଲିଆକୁ ସଅଳ ଆଉଟ କରିବା ପରେ ଭାରତ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ମାତ୍ର ଏହି ଟେଷ୍ଟରେ ଅଧିନାୟକ ବିରାଟ କୋହଲି ୫୧ ବର୍ଷ ତଳେ ନବାବ ପଟୌଦୀ ସୃଷ୍ଟି କରିଥିବା ରେକର୍ଡ଼ ଭାଙ୍ଗି ନୂଆ ରେକର୍ଡ଼ ସୃଷ୍ଟି କରିଛି । ଜଣେ ଭାରତୀୟ ଅଧିନାୟକ ଭାବରେ କିମ୍ବଦନ୍ତୀ କ୍ରୀଡ଼ାବିତ୍ ନବାବ ପଟୌଦୀଙ୍କ ରେକର୍ଡ଼କୁ ବିରାଟ କୋହଲି ଅତିକ୍ରମ କରିଛନ୍ତି ।

ଅଷ୍ଟ୍ରେଲିଆ ବିରୋଧରେ ଜଣେ ଅଧିନାୟକ ଭାବରେ ବିରାଟ କୋହଲି ୧୦ଟି ମ୍ୟାଚରେ ୮୫୧ ରନ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ ୪ଟି ଶତକ ଓ ୨ଟି ଅର୍ଧଶତକ ଅନ୍ତର୍ଭୁକ୍ତ । ନବାବ ପଟୌଦୀ ଅଧିନାୟକ ଭାବରେ ଅଷ୍ଟ୍ରେଲିଆ ବିରୋଧରେ ୧୧ଟି ଟେଷ୍ଟରେ ୮୨୯ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୮ଟି ଅର୍ଧଶତକ ରହିଥିଲା ।

Comments are closed.