ପ୍ରଥମ ଭାରତୀୟ ଭାବେ ରେକର୍ଡ କଲେ କୋହଲି, ୫୦ ନିୟୁତ ଟପିଲା ଇନ୍‌ଷ୍ଟାଗ୍ରାମ୍‌ ଅନୁଗାମୀ ସଂଖ୍ୟା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ଭାରତୀୟ କ୍ରିକେଟ୍‌ ଅଧିନାୟକ ବିରାଟ କୋହଲିଙ୍କର ୫୦ ନିୟୁତ ଅନୁଗାମୀ ଥିବା ଜଣାପଡ଼ିଛି। ପ୍ରଥମ ଭାରତୀୟ ଭାବେ କୋହଲିଙ୍କ ଇନ୍‌ଷ୍ଟାଗ୍ରାମରେ ୫୦ ନିୟୁତ ଅନୁଗାମୀ ଥିବା ଏକ ସର୍ଭେରୁ ଜଣାପଡ଼ିଛି। ଇନ୍‌ଷ୍ଟାଗ୍ରାମରେ କୋହଲି ବର୍ତ୍ତମାନ ସୁଦ୍ଧା ୯୩୦ଟି ଫଟୋ ପୋଷ୍ଟ କରିଛନ୍ତି। କୋହଲିଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା (୪୯.୯ ନିୟୁତ), ୩ୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌ (୪୪.୧ ନିୟୁତ)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୩୪.୫ ନିୟୁତ ଅନୁଗାମୀ ରହିଛନ୍ତି। ବିଶ୍ବସ୍ତରରେ ଇନ୍‌ଷ୍ଟାଗ୍ରାମରେ ତାରକା ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ସର୍ବାଧିକ ୨୦୦ ନିୟୁତ ଅନୁଗାମୀ ରହିଛନ୍ତି। ୨ୟ ସ୍ଥାନରେ ରହିଛନ୍ତି ମ୍ୟୁଜିସିଆନ୍‌ ଆରିଆନା। ତାଙ୍କର ୧୭୫ ନିୟୁତ ଅନୁଗାମୀ ଅଛନ୍ତି।

Comments are closed.