ଟେଷ୍ଟ ବ୍ୟାଟିଂ ମାନ୍ୟତା: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି, ୮ନଂରେ ରାହାଣେ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିିସି) ପକ୍ଷରୁ ଶୁକ୍ରବାର ପ୍ରକାଶିତ ଟେଷ୍ଟ ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଅଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉପରକୁ ଉଠି ୮ନଂରେ ରହିଛନ୍ତି।
କୋହଲି ୯୨୮ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ୯୧୧ ପଏଣ୍ଟ ସହ ରହିଛନ୍ତି। ଅନ୍ୟତମ ଭାରତୀୟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ୭୯୧ ପଏଣ୍ଟ ସହ ୬ନଂରେ ରହିଥିବା ବେଳେ ରାହାଣେ ୭୫୯ ପଏଣ୍ଟ ସହ ୮ନଂରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ୭୯୪ ପଏଣ୍ଟ ସହ ୬ନଂରେ ରହିଥିବା ବେଳେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍‌ ୮ମ ଓ ଦ୍ରୁତ ବୋଲର ମହମ୍ମଦ ସାମି ୧୦ନଂରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ରବୀନ୍ଦ୍ର ଜାଡେଜା ୪୩୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଜିମ୍ବାୱେ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରୀଲଙ୍କାର ଆଞ୍ଜେଲୋ ମ୍ୟାଥୁସ୍‌ ମାନ୍ୟତାରେ ୮ଟି ସ୍ଥାନ ଉପରକୁ ଉଠି ୧୬ନଂରେ ରହିଛନ୍ତି। ସେହିପରି ଶ୍ରୀଲଙ୍କାର ବ୍ୟାଟସମ୍ୟାନ୍‌ କୁଶଳ ମେଣ୍ଡିସ୍ ମାନ୍ୟତାରେ ୪ଟି ସ୍ଥାନ ଉପରକୁ ଉଠି ୨୬ନଂରେ ରହିଥିବା ବେଳେ ଧନଞ୍ଜୟ ଡି’ ସିଲଭା ୨ଟି ସ୍ଥାନ ଉପରକୁ ଉଠି ୩୭ନଂରେ ରହିଛନ୍ତି। ବୋଲିଂ ମାନ୍ୟତାରେ ସୁରଙ୍ଗା ଲକମଲ୍‌ ୪ଟି ସ୍ଥାନ ଉପରକୁ ଉଠି ୨୨ ଓ ଲାହିରୁ କୁମାରା ୨ଟି ସ୍ଥାନ ଉପରକୁ ଉଠି ୩୦ନଂରେ ରହିଛନ୍ତି। ଜିମ୍ବାୱେର ବୋଲର ସିକନ୍ଦର ରାଜା ମାନ୍ୟତାରେ ୭ଟି ସ୍ଥାନ ଉପରକୁ ଉଠି ୭୨ନଂରେ ରହିଛନ୍ତି।
ସେହିପରି ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡର ଓଲି ପୋପ୍‌ ୫୨ଟି ସ୍ଥାନ ଉପରକୁ ଉଠି ୬୧ନଂରେ ରହିଥିବା ବେଳେ ସାମ୍‌ କରନ୍‌ ଓ ଟମ୍ ସିବ୍‌ଲେ ୪ଟି ଲେଖାଏଁ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୬୪ ଓ ୭୬ନଂରେ ରହିଛନ୍ତି। ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ଅଲରାଉଣ୍ଡର ମାନ୍ୟତାର ୨ନଂରେ ରହିିଥିବା ବେଳେ ବ୍ୟାଟିଂ ମାନ୍ୟତାର ୧୦ ଓ ବୋଲିଂ ମାନ୍ୟତାର ୨୯ନଂରେ ରହିଛନ୍ତି। ସେହିପରି ଅଫ୍‌ସ୍ପିନର ଡୋମିନିକ୍‌ ବେସ୍‌ ୪୯ଟି ସ୍ଥାନ ଉପରକୁ ଉଠି ୬୨ନଂରେ ରହିଥିବା ଜଣାପଡ଼ିଛି।

Comments are closed.