କୋହଲିଙ୍କ ଆଉ ଏକ ରେକର୍ଡ : ସଚିନଙ୍କ ରେକର୍ଡ ଭାଙ୍ଗି କଲେ ଦ୍ରୁତତମ ୧୦,୦୦୦ରନ

0

ବିଶାଖାପାଟଣା : ଭାରତ – ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚଟିକିଆ ଏକଦିବସୀୟ ସିରିଜର  ଦ୍ବିତୀୟ ମ୍ୟାଚ ବିଶାଖାପାଟଣାର ଏସିଏ-ବିଡିସିଏ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ଇତିହାସ ରଚିଛନ୍ତି। ବୁଧବାର ଅନୁଷ୍ଠିତ ମ୍ୟାଚରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାସହ ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇବାସହ ଭାରତର ଦ୍ରୁତତମ ୧୦୦୦୦ ରନ ସ୍କୋର କରିଛନ୍ତି। ସଚିନ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୯ ଟି ମ୍ୟାଚରେ ୧୫୭୩ ରନ କରିଥିଲେ। କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୯ଟି ମ୍ୟାଚରେ ସଚିନଙ୍କର ଏହି ରେକର୍ଡ ଭାଙ୍ଗିଛନ୍ତି।

ମ୍ୟାଚ ପ୍ରାରମ୍ଭରେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ଭଲ ପଦର୍ଶନ କରିନଥିଲେ। ରୋହିତ ଶର୍ମା ଚତୁର୍ଥ ଓଭରରେ ୪ ରନ କରି ଆଉଟ ହୋଇ ପାଭିଲିୟନ ଚାଲିଯାଇଥିଲେ। ପରେ ନବମ ଓଭରରେ ସିଖର ଧାୱନ ନାମରେ ଭାରତ ତାର ଦ୍ବିତୀୟ ୱିକେଟ ହରାଇଥିଲା।

Leave A Reply