କାଲିସ୍‌ଙ୍କୁ ପଛରେ ପକାଇଲେ କୋହଲି

କଟକ:  ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଦିନିକିଆ ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍‌ ଜ୍ୟାକ୍‌ସ କାଲିସ୍‌ଙ୍କୁ ପଛରେ ପକାଇ ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟସମ୍ୟାନ୍ ତାଲିକାରେ ୭ମ ସ୍ଥାନ ଅଧିକାର  କରିଛନ୍ତି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି।

କାଲିସ୍‌ ୩୨୮ଟି  ଦିନିକିଆ ମ୍ୟାଚ୍‌ରୁ ୧୧୫୭୯ ରନ୍‌ କରି ୭ମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ କୋହଲି ୨୪୧ଟି ଦିନିକିଆରୁ ୧୧,୫୨୪ ରନ୍ କରି ୮ମ ସ୍ଥନରେ ରହିଥିଲେ। ଆଜିର ମ୍ୟାଚରେ କାଲିସଙ୍କୁ ପଛରେ ପକାଇବାକୁ ୫୬ ରନ୍ ଆବଶ୍ୟକ ହେଉଥିଲା। ଯାହା କୋହଲି ପୂରଣ କରିଛନ୍ତି।  ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୮,୪୨୬ ରନ୍ ସହ ଶୀର୍ଷରେ ଥିବା ବେଳେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୧୪, ୨୩୪ ରନ୍‌ ସହ ୨ୟ ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୧୩,୭୦୪ ରନ୍ ସହ ୩ୟ ସ୍ଥାନରେ ଅଛନ୍ତି।

 

 

 

Comments are closed.