କୋହଲି ଓ ଧୋନୀଙ୍କ ଅର୍ଦ୍ଧଶତକ; ୱେଷ୍ଟଇଣ୍ଡିଜ ପାଇଁ ୨୬୯ ରନର ବିଜୟ ଲକ୍ଷ୍ୟ

ମାଞ୍ଚେଷ୍ଟର : କ୍ରିକେଟ ବିଶ୍ବକପ ୨୦୧୯ର ୩୪ ତମ ମ୍ୟାଚ୍ ଇଂଲଣ୍ଡ ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫଡ୍ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଭାରତ- ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚରେ ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ୱେଷ୍ଟଇଣ୍ଡିଜ ପାଇଁ ୨୬୯ ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି। ଭାରତ ପକ୍ଷରୁ ସର୍ବାଧିକ ଅଧିନାୟକ ବିରାଟ କୋହଲି ୮୨ ବଲରୁ ୮ ଟି ଚୌକା ସହାୟତାରେ ୭୨ ରନ କରିଥିବାବେଳେ ମହେନ୍ଦ୍ର ସିଂ ଧୋନୀ ୬୧ ବଲରୁ ୫୬ ରନ( ୨ ଟି ଛକା, ତିନୋଟି ଚୌକା) ଏବଂ ହାର୍ଦ୍ଦିକ ପାଣ୍ଡିଆ ୩୮ ବଲରେ ୪୬ ରନ୍(୫ଚୌକା) କରିଛନ୍ତି।

ୱେଷ୍ଟଇଣ୍ଡିଜ ପକ୍ଷରୁ କେମା ରୋଚ ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି।

Comments are closed.