ଘରକୁ ଆସୁଛି ନୂଆ ଅତିଥି : ସୋସିଆଲ ମିଡ଼ିଆରେ ଫଟୋ ସେୟାର କଲେ ବିରାଟ , ଅନୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାକୁ ଯାଊଛନ୍ତି। ସେ ସୋସିଆଲ ମିଡ଼ିଆରେ ନିଜ ପତ୍ନୀ ବଲିଉଡ଼ର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି , ଆମେ ଏବେ ୩ ଜଣ ହୋଇଯିବୁ। ଆସନ୍ତା ଜାନୁଆରୀରେ ଆମ ଘରକୁ ନୂଆ ଅତିଥି ଆସିବ।
ବିରାଟ ଓ ଅନୁଷ୍କା ଦେଶର ସବୁଠାରୁ ଚର୍ଚ୍ଚିତ ଓ ପସନ୍ଦିଆ ଯୋଡ଼ି ମାନଙ୍କ ମଧ୍ୟରୁ ଗୋଟିଏ। ୨ ଜଣ ୧୧ ଡ଼ିସେମ୍ବର ୨୦୧୭ରେ ଇଟଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ମଧ୍ୟ ଉଭୟ ସର୍ବଦା ନିଜ ପ୍ରଂଶସକଙ୍କ ସହ ଜଡ଼ିତ ହୋଇ ରହିଛନ୍ତି। ପରସ୍ପରର ନିଜର ଫଟୋ ମଧ୍ୟ ସେୟାର କରିଥାଆନ୍ତି।
ସୋସିଆଲ ମିଡ଼ିଆରେ ଏହି ପୋଷ୍ଟ ପରେ ବିରାଟ ଓ ଅନୁଷ୍କାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Comments are closed.