ନବବଧୂଙ୍କୁ କାନ୍ଧରେ ନେଲେ ବର ; ଜାଣନ୍ତୁ କାରଣ 

ବିହାର : ବାହାଘର ପରେ ସାଧାରଣତଃ ନବ ବରବଧୂ ଯେକୌଣସି ଯାନରେ ଯିବାର ଦେଖିଥିବେ। ମାତ୍ର ବର କନ୍ୟାକୁ କାନ୍ଧରେ ନେବା ଏବେ ଚର୍ଚ୍ଚାର କାରଣ ପାଲଟିଛି। ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଖୁବ ଭାଇରାଲ ହେଉଥିବା ଦେଖାଯାଉଛି।ଭିଡିଓରେ ଦେଖାଯାଉଛି ଜଣେ ବର ତାଙ୍କ ନବବଧୂରଙ୍କୁ କାନ୍ଧରେ ନେଇ ନଦୀ ପାର କରି ଯାଉଛନ୍ତି। ଘଟଣାଟି ବିହାରର କିଶନଗଞ୍ଜର। କିଶନଗଞ୍ଜର ଦିଘଲବ୍ୟାଙ୍କ ବ୍ଲକ ଅଞ୍ଚଳର ସିଂଘୀମାରୀ କନକଇ ନଦୀର ପଲସା ଘାଟରୁ ଏହି ଭିଡିଓ ଖୁବ ଭାଇରାଲ ହେଉଛି। ବର ତାଙ୍କ ନବବଧୂଙ୍କୁ କାନ୍ଧରେ ନେଇ ନଦୀ ପାର ହୋଇଛନ୍ତି। ଗତ ଶନିବାର ଲୋହାଗଡା ଗାଁକୁ ବର ଯାଇ ବିବାହ କରିଥିଲେ। ବିବାହ ସାରି ରବିବାର ଫେରୁଥିବା ସମୟରେ ଅଧା ନଦୀରୁ ଡଙ୍ଗା ପାର ହେବା ପରେ ବର ତାଙ୍କ ନବ ବିବାହିତାଙ୍କୁ ନଦୀ ପାର କରିଥିଲେ। ପଲସା ଏକ ସୀମାନ୍ତ ଗ୍ରାମ ଏବଂ ଏଠାକୁ ଯିବାକୁ ହେଲେ କନକଇ ନଦୀ ପାର କରିବାକୁ ପଡିଥାଏ। ପୋଲ ନଥିବାରୁ ଲୋକେ ଏଠାରେ ଡଙ୍ଗାରେ ଯିବା ଆସିବା କରନ୍ତି। ବରବଧୂ ଡଙ୍ଗାରେ ଆସିବା ପରେ ଉକ୍ତ ସ୍ଥାନରୁ ଆଉ ଡଙ୍ଗା ଆସିବାକୁ ସୁବିଧା ନଥିବାରୁ ବର ନବବଧୂଙ୍କୁ କାନ୍ଧରେ ଆଣିଥିଲେ।

 

Comments are closed.