ଖାଦ୍ୟ ପାଇଁ କୁକୁର କରୁଛି ଅଭିନୟ; ଦେଖନ୍ତୁ ଏହି ମଜାଦାର ଭିଡିଓ

ଖାଦ୍ୟ ପାଇଁ ଅଭିନୟ କରୁଛି କୁକୁର । କୁକୁରଟି ଜଣେ ବ୍ୟକ୍ତିଙ୍କ ନିକଟରୁ କିଛି ଖାଇବା ନେବାକୁ କିପରି ଅଭିନୟ କରୁଛି ଦେଖନ୍ତୁ । ତାର ଗୋଟିଏ ଗୋଡ଼ ଖରାପ ଥିବା ଭଳି ସେ ଅଭିନୟ କରୁଛି । ରାସ୍ତାର ଉଭୟ ପାର୍ଶ୍ୱକୁ ଚାହୁଁଛି । ଛୋଟେଇ ଛୋଟେଇ ବ୍ୟକ୍ତି ଜଣଙ୍କ ନିକଟକୁ ଆସୁଛି ।

ବ୍ୟକ୍ତି ଜଣକ କୁକୁରଟିକୁ ଖାଦ୍ୟ ଦେବା ପରେ ସେ ସମ୍ପୂର୍ଣ୍ଣ ଏକ ସୁସ୍ଥ କୁକୁର ପରି ଖାଦ୍ୟ ନେଇ ସେଠାରୁ ଖୁସିରେ ଚାଲିଯାଉଛି । ଆଉ ପରେ ରାସ୍ତାରେ ରଖି ଖାଦ୍ୟ ଖାଉଛି । କୁକୁରଟିର ଏପରି ମଜାଦାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓଟିକୁ ଜଣେ ବ୍ୟକ୍ତି ଟ୍ୱିଟରରେ ପୋଷ୍ଟ କରିଥିବା ବେଳେ ଅନେକ ଲୋକ ଏହାକୁ ଖୁବ୍ ପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

Comments are closed.