ସ୍କୁଟି ଭିତରୁ ଶୁଭୁଥିଲା ସୁ ସୁ ଶବ୍ଦ, ହ୍ୟାଣ୍ଡେଲ୍ ଖୋଲି ଦେଖୁ ଦେଖୁ ଫଣା ଟେକି ଫଁ ଫଁ ହେଲା ନାଗ; ଦେଖନ୍ତୁ ଭିଡିଓ

ଟିକିଏ ଅସାବଧାନତା ନେଇଯାଇପାରେ ଜୀବନ ।  ଯଦି ଏଠାରେ ବ୍ୟକ୍ତି ଜଣକ ସଚେତନ ହୋଇନଥାଆନ୍ତେ । ତେବେ ଏହି ଘଟଣା ହୁଏତ ଅନ୍ୟ ମୋଡ ନେଇଥାଆନ୍ତା । ଆପଣ ଦେଖୁଥିବା ଏହି ଭିଡିଓ ବିଶ୍ୱାସର ବହୁ ଊର୍ଦ୍ଧ୍ଵରେ । କାରଣ ଗୋଟିଏ ସ୍କୁଟି ହ୍ୟାଣ୍ଡେଲ ଭିତରେ ପଶିଛି ଏକ ବିରାଟକାୟ ନାଗ । ଭିଡିଓଟି ପ୍ରାୟ ଦୁଇ ମିନିଟର ହୋଇଥିବା ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସାପଟି କିପରି ସ୍କୁଟିର ହ୍ୟାଣ୍ଡେଲ ଭିତରେ ପଶିଲା ତାହା ସମସ୍ତଙ୍କୁ ଚିକିତ କରିଛି ।

ଆଉ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ବିରାଟକାୟ ନାଗସାପ ଏକ ସ୍କୁଟିର ହ୍ୟାଣ୍ଡେଲ ଭିତରେ ପଶିଛି । ଆଉ ଜଣେ ବ୍ୟକ୍ତି ସାପଟିକୁ କୌଶଳ କ୍ରମେ ଧରିବା ସହ ଏକ ଜାରରେ ଉଦ୍ଧାର କରୁଛନ୍ତି ।

ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓଟିକୁ ତାଙ୍କ ଟ୍ୱିଟରେ ସେୟାର କରିଥିବା ବେଳେ ସାପଟିକୁ ବର୍ଷା ଦିନର ଅତିଥି ବୋଲି ସେ ତୁଳନା କରିଛନ୍ତି । ସେ ଲେଖିଛନ୍ତି  ‘ବର୍ଷାରେ ଏପରି ଅତିଥିମାନେ ସାଧାରଣ, କିନ୍ତୁ ଏହାକୁ ବଞ୍ଚାଇବା ପାଇଁ ବ୍ୟବହୃତ ପଦ୍ଧତି ଅସାଧାରଣ, କେବେ ଏପରି ଚେଷ୍ଟା କରନ୍ତୁନାହିଁ ।

Comments are closed.