କୁକୁର ଚଢ଼ୁଛି ଲୁହା ଶିଡ଼ି; ଭାଇରାଲ ହେଉଛି ଏହି ଭିଡିଓ

ସାଧାରଣତଃ କୁକୁରକୁ ଆମେ ବିଶ୍ୱସ୍ଥ ଗୃହପାଳିତ ପଶୁବୋଲି ଜାଣିଥାଉ । କାରଣ କୁକୁରଟିଏ ଆମକୁ ସବୁ ବିପଦ ସମୟରେ ସୁରକ୍ଷା ଦେବାକୁ ଚେଷ୍ଟ କରିଥାଏ । ସରିସୃପ ହେଉ କି କୌଣସି ଦୁଷ୍ଟ ବ୍ୟକ୍ତି ଯଦି ଆମ ଘରୁ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି ତେବେ କୁକୁରଟି ତାଙ୍କୁ ସଙ୍ଗେସଙ୍ଗେ ପ୍ରତିରୋଧ କରିଥାଏ ।

ସମସ୍ତ ଗୃହପାଳିତ ପଶୁଠାରୁ ମଧ୍ୟ କୁକୁରକୁ ଯାହା ଶିଖାଯାଏ ସେମାନେ ତୁରନ୍ତ ସିଖିଯାଆନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ଦେଖୁଥିବା ଏହି ଭିଡିଓଟି ସେମିତି ଏକ କୁକୁରର । ଦେଖନ୍ତୁ କୁକୁରଟି ଗୋଟିଏ ଛାତ ଉପରେ ଛିଡ଼ା ହୋଇଛି । ଆଉ ଛାତକୁ ଲାଗିଛି ଏକ ଲୁହାର ଶିଡ଼ି ।

କୁକୁରଟି ମଣିଷ ପରି ଧୀରେ ଧୀରେ ସେହି ଲୁହାଶିଡ଼ିରେ ତଳକୁ ଚାଲିଆସୁଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁକୁରଟିକୁ ଦିଆଯାଇଥିବା ଉତ୍ତମ ତାଲିମ ଓ କୁକୁରଟିର ତଳକୁ ଆସିବାର ଶୈଳିକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି ।

 

Comments are closed.