ବାସନ ମାଜୁଛି ମାଙ୍କଡ଼; ଦେଖନ୍ତୁ ଏହି ମଜାଦାର ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଭିଡିଓରେ ଗୋଟିଏ ମାଙ୍କଡ଼ ବାସନ ମାଜୁଥିବା ଦେଖିବାକୁ ମିଳୁଛି । ମାଙ୍କଡଟି କିଛି ପାଉଁଶରେ ଗୋଟିଏ ବାସନକୁ ରଗଡ଼ି ରଗଡ଼ି ମାଜୁଛି । ଆଉ ଜଣେ ମହିଳା ତା ନିକଟରେ କିଛି ବାସନ ଆଣି ରଖୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଖାଲିସେତିକି ନୁହେଁ ଥାଳିକୁ ମାଙ୍କଡଟି ଗୋଟିଏ ମଣିଷ ପରି ମାଜିବାରେ ଲାଗିଛି । ଯାହାକୁ ଦେଖି କିଛି ଲୋକ ଭିଡିଓରେ ହସୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ଭିଡିଓଟି ବର୍ତ୍ତମାନ ସମାଜିକ ଗଣ ମାଧ୍ୟମରେ ବେଶ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ବସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

Comments are closed.