ମମତା ବାଣ୍ଟୁଛି ସିମ୍ପାଞ୍ଜି ମା’; କୋଳରେ ଧରି ବାଘ ଛୁଆକୁ ପିଆଉଛି କ୍ଷୀର, ଭାଇରାଲ ହେଉଛି ଭିଡିଓ  

ସ୍ନେହ ସମସ୍ତଙ୍କୁ ବାନ୍ଧି ରଖେ । ସେ ହିଂସ୍ର ହେଉ ଅବା ଯେ କେହି । ଅପଣ ଅତୀତରେ ମଣିଷ ସହ ବହୁ ହିଂସ୍ର ପଶୁଙ୍କ ସ୍ନେହର ସମ୍ପର୍କ ନିଶ୍ଚୟ ଦେଖିଥିବେ । ହେଲେ ଏଠି ପଶୁ ପ୍ରେମରେ ଅନ୍ଧ ଆଉ ଗୋଟିଏ ହିଂସ୍ର ପଶୁ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଆପଣ ଏହି ଭିଡିଓରେ ଗୋଟିଏ ସିମ୍ପାଞ୍ଜି ଓ ଦୁଇଟି ବାଘ ଛୁଆ ଓ ଗୋଟିଏ ସିଂହ ଛୁଆକୁ ଦେଖୁଛନ୍ତି ।

ଆଉ ସିମ୍ପାଞ୍ଜିଟି ସମସ୍ତ ଛୁଆକୁ ନିଜର ସ୍ନେହର ବନ୍ଧନରେ ବାନ୍ଧି ରଖିଛି । ଭିଡିଓରେ ଦେଖିବାକୁ ମିଳୁଛି ଛୁଆଗୁଡ଼ିକୁ ସିମ୍ପାଞ୍ଜିଟି ଗେଲ କରୁଛି । କୋଳକୁ କୋଳେଇ ନେଉଛି । ଉପରକୁ ତାର ଦୁଇ ହାତରେ ଉଠାଇ ତାର କାନ୍ଧରେ ମଧ୍ୟ ମଧ୍ୟ ପକାଇ ଦେଇଛି । ଯାହାକୁ ସୋସିଆଲ ମିଡିଆରେ ଦେଖଣାହାରୀ ମାନେ ଖୁବ୍‌ ପସନ୍ଦ କରୁଛନ୍ତି ।

Comments are closed.