ଶବ ସହ କରୋନା ରୋଗୀ; ମୁମ୍ବାଇର ସିଆନ ଡ଼ାକ୍ତରଖାନା ଭିଡ଼ିଓ ଭାଇରାଲ

ମୁମ୍ବାଇ: ସିୟନ ନାମକ ଏଠାକାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ କରୋନା  ରୋଗୀଙ୍କ ସହ ମୃତଦେହଗୁଡ଼ିକର ଭିଡ଼ିଓ ଭାଇରାଲ ହେବା ପରେ ଜାତୀୟ ଗଣମାଧ୍ୟମଗୁଡ଼ିକରେ ଏଥିନେଇ ଚର୍ଚା ଜୋର ଧରିଛି । ଜଣେ ବିଜେପି ନେତା ନୀତେଶ ରାଣେ ଏହି ଭିଡ଼ିଓଟି ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ନିମନ୍ତେ ମୁମ୍ବାଇ ମହାନଗର ନିଗମ କର୍ତ୍ତୃପକ୍ଷ ୨ଟି କମିଟି ଗଠନ କରିଛନ୍ତି । ଡ଼ାକ୍ତରଖାନାରେ ରୋଗୀମାନଙ୍କୁ ଚିକିତ୍ସା କରାଯାଉଥିବା ସମୟରେ ସେମାନଙ୍କ ନିକଟବର୍ତୀ ବେଡ଼୍ ଗୁଡ଼ିକରେ ଶବଗୁଡ଼ିକୁ କଳା ପଲିଥିନରେ ଗୁଡ଼ାଇ ରଖା ଯାଇଥିବା ଦୃଶ୍ୟ ଦେଖା ଯାଉଛି । ବିଜେପି ନେତା ନୀତେଶ ରାଣେଙ୍କ ଭିଡ଼ିଓକୁ ମିଲିନ୍ଦ ଦେଓରା ମଧ୍ୟ ସେୟାର କରି ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଛନ୍ତି । 

କରୋନ ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିର୍ଦିଷ୍ଟ ମାର୍ଗଦର୍ଶିକା ରହିଛି । ମାତ୍ର ଡ଼ାକ୍ତରଖାନା କର୍ତ୍ତୃପକ୍ଷ ସବୁ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରି ଶବମାନଙ୍କ ମଝିରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି । ଏହା ଫଳରେ କରୋନା ମୃତକଙ୍କଠାରୁ ଭୂତାଣୁ ସଂକ୍ରମଣର ଭୟ ଅଧିକ ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ବିଜେପି ନେତା ନୀତେଶ ରାଣେ ମଧ୍ୟ ଭିଡ଼ିଓଟି ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି  ସିୟନ ହସ୍ପିଟାଲରେ ଶବ ଶହ ରୋଗୀମାନେ ମଧ୍ୟ ଶୋଇଛନ୍ତି । ଇଏ କେଉଁ ପ୍ରକାର ପ୍ରଶାସନ, ଏବଂ ଏହା ଏକ ବହୁତ ଲଜ୍ଜାର କଥା । ଅନ୍ୟପକ୍ଷରେ ଡ଼ାକ୍ତରଖାନାର ମୁଖ୍ୟ ପ୍ରମୋଦ ଇନଗାଲେ ଏହି ଭିଡ଼ିଓଟି ତାଙ୍କ ଡ଼ାକ୍ତରଖାନାର ବୋଲି ସ୍ବୀକାର କରିବା ସହ ଶବଗୁଡ଼ିକୁ ନେବା ପାଇଁସେମାନଙ୍କର ସମ୍ପର୍କୀୟମାନେ ଆସି ନ ଥିବାରୁ ତାହା ଡ଼ାକ୍ତରଖାନାରେ ପଡ଼ି ରହିଛି​‌ ବୋଲି କହିଛନ୍ତି ।

Comments are closed.