ଶୌଚାଳୟରୁ ବାହାରିଲା ବିଷଧର ସାପ; ତାହାପରେ ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ..

ସାପକୁ ଦେଖିଲେ ପ୍ରାୟ ସମସ୍ତେ ଡରିଯାଆନ୍ତି । ନିଜ ମନରେ ଅଚାନକ ଏକ ଭୟ ଆସିଯାଇଥାଏ । ଆଉ ସେହି ସାପ ଯଦି ବିଷଧର ହୋଇଥାଏ ତେବେ କଥା ସରିଲା । ଆଜ୍ଞା ହଁ ଆମେ ଜଣାଇବୁ ଆପଣଙ୍କୁ ସାପକୁ ନେଇ ଏମିତି ଏକ ଘଟଣା ବିଷୟରେ ଯାହା ଆପଣଙ୍କୁ ନିଶ୍ଚୟ ଚକିତ କରିଦେବ । କାରଣ ଘଟଣାଟି ସେତିକି ଆଶ୍ଚର୍ଯ୍ୟଜନକ ।

କିଛି ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ବାଥରୁମ୍‌କୁ ଯିବା ସମୟରେ ଏକ ସାପ ବାହାରୁଛି । ସାପଟି ଲାଟିନର ପ୍ୟାନ୍‌ ଭିତରୁ ହଠାତ୍‌ ବାହାରୁଛି ଯାହାକୁ ଦେଖି ବ୍ୟକ୍ତି ଜଣକ ଡରିଯାଉଛନ୍ତି । ସୂଚନା ମୁତାବକ ବ୍ୟକ୍ତିଜଣକ ଏହା ଦେଖିବା ପରେ ବାହାରକୁ ଯାଇ ସ୍ନେକ ହେଲ୍ପଲାଇନ୍‌କୁ ଖବର ଦେଉଛନ୍ତି ।

ଖବର ପାଇବା ପରେ ଘଟଣାସ୍ଥଳରେ ସ୍ନେକ ହେଲ୍ପଲାଇନର ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରୁଛନ୍ତି । ଭିଡିଓରେ ସାପଟି ଏକ ବିଷ ଧର ସାପ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି । ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ସ୍ନେକ ହେଲ୍ପଲଇନର ସଦସ୍ୟ ମାନେ ବାହାରେ ଛାଡ଼ିଦେଇଥିବା ସୂଚନା ଦିଆଯାଇଛି ।

Comments are closed.