ଭାଇରାଲ ହେଉଛି ଭାଇ-ଭଉଣୀଙ୍କ ଭିଡିଓ; କୁନି ଭଉଣୀ ପାଇଁ କର୍ତ୍ତବ୍ୟ କରୁଛି ଛୋଟ ଭାଇ

ଏ ହେଉଛି ଭାଇ ଭଉଣୀର ସମ୍ପର୍କ । ଦୁନିଆର ସବୁଠାରୁ ସ୍ନେହ ଓ ପବିତ୍ରର ସମ୍ପର୍କ । ଦେଖନ୍ତୁ ଗୋଟିଏ ଭାଇର କର୍ତ୍ତବ୍ୟକୁ । ବୟସ ସିନା କମ୍ ହେଲେ ନିଜର କର୍ତ୍ତବ୍ୟ କରୁଛି ଛୋଟ ଭାଇ । କୁନି ଭଉଣୀକୁ ପିଠିରେ ବସାଇ ରାସ୍ତା ଅତିକ୍ରମ କରୁଛି ।

ପ୍ରବଳ ବର୍ଷା ଯୋଗୁ ରାସ୍ତରେ ପାଣି ଚାଲୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଆଉ ସ୍କୁଲରୁ ଫେରୁଛନ୍ତି ଉଭୟ ଭାଇ ଓ ଭଉଣୀ । ସ୍କୁଲ ଫେରିବା ସମୟରେ ବର୍ଷା ହେଉଥିବାରୁ ବଡ଼ ଭାଇ ଛୋଟ ଭଉଣୀକୁ ପିଠିରେ ଧରି ରାସ୍ତା ଅତିକ୍ରମ କରୁଥିବା ଭିଡିଓରେ ନଜର ଆସୁଛି ।

Comments are closed.