କୋଭିଡ ହସ୍ପିଟାଲ ସମ୍ପର୍କରେ ଭାଇରାଲ ଅଡିଓ ଘଟଣା; ୨ ଗିରଫ

ଭୁବନେଶ୍ୱର : କୋଭିଡ ହସ୍ପିଟାଲ ସମ୍ପର୍କରେ ଅଡିଓ ଭାଇରାଲ ଘଟଣାରେ ସୋମବାର ଦୁଇଜଣଙ୍କୁ ଗିରଫ କରାଯାଇଛି । ଏ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଦୁଇଜଣ ହେଲେ ବିଶ୍ବଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା।

ସୂଚନା ଅନୁଯାୟୀ, ଅଗଷ୍ଟ ୬ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଏହି ଅଟକ ଦୁଇଜଣ ଫୋନ୍‌ରେ ହେଉଥିବା ବାର୍ତ୍ତାଳାପର ରେକର୍ଡିଂ ପ୍ରସାରଣ କରିଥିଲା। ଅଡିଓ କ୍ଲିପ୍‌ରେ ଏହି ଦୁଇଜଣ ପଜିଟିଭ୍ ରିପୋର୍ଟ ନ ଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ବିଭିନ୍ନ ହସ୍‌ପିଟାଲକୁ ପଠାଯାଉଛି ବୋଲି କଥା ହୋଇଥିଲେ। ରୋଗୀ ପିଛା କେନ୍ଦ୍ର ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ଆସୁଛି, ସେଥିପାଇଁ ଦିନକୁ ଶହେ ରୋଗୀଙ୍କୁ ଏ ସବୁ ହସ୍‌ପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ଅଛି ବୋଲି ସେମାନେ କହୁଥିଲେ।

Comments are closed.