ଓଡ଼ିଶା ରେଡ୍‌କୁ ହରାଇଲା ଭାଓଲେଟ୍‌

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍‌ଜିଏମ୍ ମହିଳା ଟ୍ବେଣ୍ଟି୨୦ ଲିଗ୍‌ର ୩ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ଓଡ଼ିଶା ଭାଓଲେଟ୍‌। ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଶନିବାର ଖେଳା ଯାଇଥିବା ମ୍ୟାଚ୍‌ରେ ଭାଓଲେଟ୍‌ ୩୪ ରନ୍‌​‌େ​‌ର ଓଡ଼ିଶା ରେଡ୍‌କୁ ପରାସ୍ତ କରିଛି। ଭାଓଲେଟ୍‌ ୧୯.୫ ଓଭରରେ ୯୬ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ପରେ ରେଡ୍‌ ପୂରା ୨୦ ଓଭର ଖେଳି ୮ ୱିକେଟ ହରାଇ ୬୨ ରନ୍ କରି ପାରିଥିଲା। ଟସ୍ ଜିତି ଭାଓଲେଟ୍‌ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା।

ଅଦ୍ବିତି ଏସ୍. ଦେଓ ସର୍ବାଧିକ ୧୮ ରନ୍ କରିଥିବା ବେଳେ ରଶ୍ମିତା ଚିନ୍ନାରା ୧୫ ଓ କୁନି ବାଦାରା ୧୪ ରନ୍ କରିଥିଲେ। ଅନ୍ୟ କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିନଥିଲେ। ରେଡ୍‌ର ତନ୍ମୟୀ ବେହେରା, ରାଜଶ୍ରୀ ସ୍ବାଇଁ ଓ ସୋନାଲି ହେମ୍ବ୍ରମ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୯୭ ରନ୍ ଲକ୍ଷ୍ୟରେ ରେଡ୍‌ ଓପ୍‌ନିଂ ଯୋଡ଼ିରେ ୨୮ ରନ୍ କରିଥିଲେ ଏହାପରେ ଦଳର ବ୍ୟାଟିଂ ବିପର୍ୟ୍ୟୟ ଘଟିଥିଲା। ଶିଳ୍ପା ସ୍ବାଇଁ ୧୬, ଅଧିନାୟିକା ମାଧୁରୀ ମେହେଟ୍ଟା ୧୫ ଓ ରାଜଶ୍ରୀ ସ୍ବାଇଁ ୧୦ ରନ୍ କରିଥିଲେ। ଭାଓଲେଟ୍‌ର ଅଞ୍ଜଳି ସିଂହ ୧୦ ଦେଇ ୪ଟି ଓ କଳ୍ପନା ସ୍ବାଇଁ ୧୩ ରନ୍‌ଦେଇ ୨ଟି ୱିକେଟ ନେଇଥିଲେ। ଅଞ୍ଜଳି ସିଂହଙ୍କୁ ଓସିଏ ସଦସ୍ୟ ସୌମିତ୍ର ଚୌଧୁରୀ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ଶନିବାର ୨ୟ ମ୍ୟାଚ୍‌ ଓଡ଼ିଶା ୟେଲୋ ଓ ଓଡ଼ିଶା ଗ୍ରୀନ୍‌ ମଧ୍ୟରେ ଖେଳାଯାଉଛି।

Comments are closed.