ସ୍ତ୍ରୀଙ୍କ ପ୍ରତି ସ୍ବାମୀଙ୍କ ଅତ୍ୟାଚାର; ଏହି ରାଜ୍ୟ ରହିଛି ଆଗରେ

ବିବାହ ପରେ ମହିଳାମାନେ ଅନେକ ସମୟରେ ଘରୋଇ ହିଂସାର ଶିକାର ହୋଇଥାନ୍ତି। ଶାଶୁଘରେ ସ୍ବାମୀଙ୍କଠାରୁ ଆରମ୍ଭ କରି ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି। ତେବେ କେତେକ ସ୍ଥଳରେ ସ୍ବାମୀମାନେ ସେମାନଙ୍କ ସ୍ତ୍ରୀଙ୍କ ପ୍ରତି ବହୁ ଅତ୍ୟାଚାର, ହିଂସା ଆଚରଣ କରୁଛନ୍ତି। ଏ କ୍ଷେତ୍ରରେ ୧୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ କର୍ଣ୍ଣାଟକ ସବୁଠୁ ଆଗରେ ରହିଛି।

Image Courtesy: nbc news

ଦ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନଏଚଏଫଏସ)-୫ (୨୦୧୯-୨୦) ତଥ୍ୟରୁ ଏହା ଜଣାପଡ଼ିଛି। ତଥ୍ୟ ଅନୁସାରେ ୧୮ରୁ ୪୯ ବର୍ଷ ବୟସର ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେଥିରୁ ୪୪ ପ୍ରତିଶତ ମହିଳା ତାଙ୍କ ଜୀବନ କାଳରେ ସ୍ବାମୀଙ୍କଠାରୁ ହିଂସାର ଶିକାର ହୋଇଛନ୍ତି। ସର୍ଭେ କରାଯାଇଥିବା ୧୭ଟି ରାଜ୍ୟ ଏବଂ ୫ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ କର୍ଣ୍ଣାଟକ ସବୁଠୁ ଆଗରେ ରହିଛି।

ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧତ ଏହି ସର୍ଭେ ରିପୋର୍ଟ ଉନ୍ମୋଚନ କରିଥିଲେ। ସର୍ଭେ ଅନୁସାରେ, ବିହାର ହେଉଛି ୨ୟ ରାଜ୍ୟ, ଯେଉଁଠି ୪୦ ପ୍ରତିଶତ ମହିଳା ସ୍ବାମୀଙ୍କଠାରୁ ଅତ୍ୟାଚାର ଏବଂ ହିଂସା ଆଚରଣର ଶିକାର ହୋଇଛନ୍ତି। ୩ୟ ସ୍ଥାନରେ ରହିଛି ମଣିପୁର (୩୯.୬%), ୪ଥରେ ତେଲେଙ୍ଗାନା (୩୬.୯%), ୫ମରେ ଆସାମ (୩୨%) ଏବଂ ୬ଷ୍ଠରେ ଆନ୍ଧ୍ର ପ୍ରଦେଶ (୩୦%)।

ଭାରତରେ ସ୍ତ୍ରୀଙ୍କ ପ୍ରତି ସ୍ବାମୀଙ୍କ ଅତ୍ୟାଚାର

Range State Percentage
30% to 50% Karnataka 44.4%
Bihar 40.0%
Manipur 39.6%
Telangana 36.9%
Assam 32.0%
Andhra Pradesh 30.0%
20% to 30% West Bengal 27.0%
Tripura 20.7%
Maharashtra 25.2%
10% to 20% Ladakh 18.1%
Andaman & Nicobar Islands 17.2%
D&N H and D&D 16.8%
Meghalaya 16.0%
Gujarat 14.0%
Sikkim 12.1%
Mizoram 10.9%
1% to 10 % Kerala 9.9%
Jammu and Kashmir 9.6%
Himachal Pradesh 8.3%
Goa 8.3%
Nagaland 6.4%
Lakshadweep 1.3%

ଏନଏଚଏଫଏସ-୪ (୨୦୧୫-୧୬) ତଥ୍ୟ ସହିତ ଏନଏଚଏଫଏସ-୫ର ତଥ୍ୟକୁ ତୁଳନାତ୍ମକ ଦୃଷ୍ଟିରେ ଦେଖିଲେ, କର୍ଣ୍ଣାଟକ ଏବଂ ଆସାମରେ ଏହି ହାର୍‌ ଯଥାକ୍ରମେ ୨୦.୬ ପ୍ରତିଶତ ଏବଂ ୨୪.୫ ପ୍ରତିଶତ ବୃଦ୍ଧି ପାଇଛି। ତେବେ ମଣିପୁର, ବିହାର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ୨୦୧୫-୧୬ରୁ ଏପରି ଅପରାଧ ହ୍ରାସ ପାଇଥିବା ଟାଇମ୍ସ ଅଫ୍‌ ଇଣ୍ଡିଆ ପ୍ରକାଶ କରିଛି।

Comments are closed.