କରୋନl ସଂକ୍ରମଣ ର ନୂଆଁ ରୂପକୁ ନିମନ୍ତ୍ରଣ କରୁଛି ସରକାରୀ ବସ୍ 

ରେଙ୍ଗାଲି କ୍ୟାମ୍ପ : ବର୍ତ୍ତମାନ  କରୋନା ସଂକ୍ରମଣ ପ୍ରଭାବ ପୁଣି ଜନ ଜୀବନରେ ଆତଙ୍କ ସୃଷ୍ଟି କଲାଣି। ଧୀରେ ପୁଣି ତା’ର କାୟା ବିସ୍ତାର କରିଚାଲିଛି। ଆଜିଯାଏଁ ପିଲାଙ୍କ ସୁରକ୍ଷାକୁ ଆଖି  ଆଗରେ ରଖି  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ  ଖୋଲିବାକୁ ସରକାର ଅନୁମତି ଦେଇ ନାହାନ୍ତି। ତଥାପି ସରକାରୀ ବସ୍ ମାନଙ୍କରେ ଲୋକଙ୍କ ଭିଡ଼ ଏତେ ବେଶୀ ଯେ ଦେଖିଲେ ଭୟ ଲାଗୁଛି। ନିୟମ ଅନୁଯାୟୀ ଗୋଟିଏ ସିଟରେ ଜଣେ ବସିବା କଥା। କିନ୍ତୁ ଗାଈ ଗୋରୁ ଭଳି ଭର୍ତ୍ତି କରୁଛନ୍ତି ଯାତ୍ରୀ ମାନଙ୍କୁ।ଭିତରେ ଗୋଡ଼ ରଖିବାକୁ ବି ଜାଗା ଟିକିଏ ରହୁନି। କୌଣସି କଟକଣା ରହୁନାହିଁ। କେବଳ ଅନ୍ୟ ବସ୍ ମାନଙ୍କ ସହ ପର୍ତିଯୋଗିତା କଲା ପରି ଯାତ୍ରୀ ଭରି ଚାଲିଛନ୍ତି। ସନିଟାଇଜ କରl ଯା​​ଉନି । ସବୁ  ନିୟମକୁ ଉଲ୍ଲଂଘନ କରାଯାଉଛି। ଏପରି ସ୍ଥଳେ କରୋନା ସଂକ୍ରମଣର ସମ୍ଭାବନା ବଢ଼ି ଯାଉଛି। ଏହି ବସ୍ ମାନଙ୍କରେ ଅଧିକାଂଶ ସ୍କୁଲ୍ କଲେଜର ଛାତ୍ର ଛାତ୍ରୀ ମାନେ ବି ଯିବା ଆସିବା କରିଥାନ୍ତି। ନିକଟରେ ସମ୍ବଲପୁର ଜିଲ୍ଲା  ରେ କାରୋନାରେ ଅନେକ ଛାତ୍ର ଛାତ୍ରୀ ଅସୁସ୍ଥ ହେଲେଣି। ଏସବୁକୁ ଦୃଷ୍ଟିରେ ରଖି ବସ୍ ମାନଙ୍କରେ  ଅଧିକ ଯାତ୍ରୀ ରହିବା କୌଣସି ଦିଗରୁ ଶୁଭଙ୍କର ନୁହେଁ। ପୁଣି ଅଞ୍ଚଳର ଲୋକଙ୍କୁ ଦେଖିଲେ ଲlଗୁଛି ସେମାନେ କରୋନା ପ୍ରତି ଆଉ ମୋଟେ ସଚେତନ ନୁହନ୍ତି। କାହାରି ମୁହଁରେ ମlସ୍କ ଟିଏ ବି ଆଉ ନାହିଁ। ଏପଟେ ରାଜ୍ୟ ସରକାର ବାରମ୍ବାର ଲୋକଙ୍କୁ କରୋନା କଟକଣା ରେ ରହିବା ପାଇଁ ଜାଗ୍ରତ କରୁଛନ୍ତି। ହେଲେ ସରକାରୀ ବସରେ ତା’ର ବିପରୀତ ସ୍ଥିତି ଦେଖିବାକୁ ମିଳୁଛି। ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି  ଜନ ସାଧାରଣରେ  ଚର୍ଚ୍ଚା ହେଉଛି।

Comments are closed.