ଭିନଟେଜ ଲେମୋନେଡ଼

ଆବଶ୍ୟକ ସାମଗ୍ରୀ
ଲେମ୍ବୁ – ୫ଟି
ଚିନି – ୨ କପ ରୁ କମ
ପାଣି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଲେମ୍ବୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହି ଲେମ୍ବୁ ଖଣ୍ଡକୁ ଏକ ଖୋଲା ପାତ୍ରରେ ବିଛାଇ ରଖନ୍ତୁ। ଏହି ଲେମ୍ବୁଗୁଡ଼ିକ ଉପରେ ଚିନିକୁ ଭଲ ଭାବେ ଛିଞ୍ଚି ୧ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ପାଣି ଫୁଟାନ୍ତୁ। ପାଣି ଫୁଟିବା ପରେ ଏହାକୁ ପାତ୍ରରେ ରଖିଥିବା ଲେମ୍ବୁ ଉପରେ ଢାଳି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ୨୦ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ଏବେ ଗୋଟେ ଗୋଟେ କାଚ ଗ୍ଲାସରେ ଅଳ୍ପ ଅଳ୍ପ ଲେମ୍ବୁ ରସ ପକାଇ ଏହି ମିଶ୍ରଣ ପାଣିକୁ ଛଣା ଦ୍ୱାରା କାଚ ଗ୍ଲାସକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭିନଟେଜ ଲେମୋନେଡ଼।

Comments are closed.