ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ନିଧନ

ନୂଆଦିଲ୍ଲୀ – ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ ହୋଇଛି । ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ । ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା। ବିନୋଦ ଦୁଆଙ୍କର ଝିଅ ମଲିକା ଦୁଆ ନିଜ ଇନଷ୍ଟା ପୋଷ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି ।

 

ରବିବାରରେ ବିନୋଦ ଦୁଆଙ୍କର ଅନ୍ତିମ ସଂସ୍କାର ଲୋଧି ଶ୍ମଶାନରେ କରାଯିବ । କିଛି ଦିନ ତଳେ କୋଭିଡରେ ତାଙ୍କ ପତ୍ନୀଙ୍କର ନିଧନ ହୋଇଥିଲା ।

କରୋନାର ଦ୍ବିତୀୟ ଲହରରେ ବିନୋଦ ଦୁଆ ଏବଂ ତାଙ୍କର ପତ୍ନୀ ସଂକ୍ରମିତ ହୋଇଥିଲେ । ଦୁଇ ଜଣଙ୍କର ସ୍ବାସ୍ଥ୍ବବସ୍ଥା ଖରାପ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜୁନ୍ ୭ ତାରିଖରେ ବିନୋଦ ଦୁଆ ଘରକୁ ଆସିଥିଲେ । ହେଲେ ଜୁନ୍ ୧୨ ତାରିଖରେ ତାଙ୍କ ପତ୍ନୀଙ୍କର ନିଧନ ହୋଇଥିଲା ।

୬୭ ବର୍ଷ ବୟସରେ ବିନୋଦ ଦୁଆଙ୍କର ମୃତ୍ୟୁ ହୋଇଛି । ୨୦୦୬ ମସିହାରେ ସାମ୍ବାଦିକତା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Comments are closed.