ବିନେଶ-ସୋମବୀରଙ୍କ ନିର୍ବନ୍ଧ ଶେଷ

0

ନୂଆଦିଲ୍ଲୀ : ଏସିୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଥିବା ମହିଳା ମୁଷ୍ଟିଯୋଦ୍ଧା ବିନେଶ୍‍ ଫୋଗଟଙ୍କ ଜୀବନରେ ଆଉ ଏକ ଆନନ୍ଦ ଆସିଛି। ଜାକର୍ତ୍ତାରୁ ବିମାନ ଯୋଗେ ପ୍ରତ୍ୟାବର୍ତ୍ତନ କରିବା ପରେ ଦୀର୍ଘ ଦିନର ବନ୍ଧୁ ସୋମବୀର ରାଠୀଙ୍କ ସହିତ ତାଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ଶନିବାର ରାତିରେ ନୂଆଦିଲ୍ଲୀସ୍ଥିତ ଅନ୍ତର୍ଜତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଫାଟକ ନିକଟରେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ତାଙ୍କ ପରିବାରବର୍ଗ ତଥା ବନ୍ଧୁପରିଜନଙ୍କ ଗହଣରେ ସେମାନେ କେକ୍‍ କାଟି ନିର୍ବନ୍ଧର ଘୋଷଣା କରିଥିଲେ। ବିନେଶଙ୍କୁ ସ୍ୱାଗତ କରିବା ନିମନ୍ତେ ତାଙ୍କ ଗ୍ରାମରୁ ମଧ୍ୟ ବହୁ ଲୋକ ବିମାନବନ୍ଦରରେ ପହଞ୍ଚିଥିଲେ। ପୁଷ୍ପବୃଷ୍ଟି କରି ସେମାନେ ବିନେଶଙ୍କୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା। ଖୁବ୍‍ଶୀଘ୍ର ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ବିନେଶ କହିଛନ୍ତି। ସେ ଏସୀୟ କ୍ରୀଡ଼ାରେ ୫୦ କିଲୋଗ୍ରାମ ବର୍ଗରେ ଜାପାନର ୟୁକି ଇରିଙ୍କୁ ଏକତରଫା ମ୍ୟାଚ୍‍ରେ ୬-୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ସେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ମହିଳା ମୁଷ୍ଟି ଯୋଦ୍ଧା ପାଲଟିଛନ୍ତି।

Leave A Reply