ବୁର୍ଲା କୋଭିଡ ଡାକ୍ତରଖାନାରେ ୧୮ ରୋଗୀ ମୃତ

ବୁର୍ଲା: ବୁର୍ଲା ଭିମସାରସ୍ଥିତ ଦୁଇଟି କୋଭିଡ ଡାକ୍ତରଖାନାରେ ଶୁକ୍ରବାର ୧୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲାର ୮ଜଣ ୫୫ ବର୍ଷିୟା ମହିଳା, ୨୭ ବର୍ଷୀୟ ଯୁବକ, ୫୦ ବର୍ଷୀୟ ପୁରୁଷ, ୬୦ ବର୍ଷୀୟ ବୃଦ୍ଧ, ୬୦ ବର୍ଷିୟା ମହିଳା, ୬୫ ବର୍ଷୀୟ ବୃଦ୍ଧ, ୪୫ ବର୍ଷୀୟ ଯୁବକ ଏବଂ ୫୨ ବର୍ଷିୟା ମହିଳା, ବରଗଡ଼ ଜିଲାର ୫ ଜଣ ୬୧ ବର୍ଷୀୟ ବୃଦ୍ଧ, ୪୪ ବର୍ଷୀୟ ଯୁବକ, ୭୨ ବର୍ଷୀୟ ବୃଦ୍ଧ, ୪୫ ବର୍ଷୀୟ ପୁରୁଷ ଏବଂ ୫୦ ବର୍ଷିୟା ମହିଳା, ସୋନପୁର ଜିଲାର ୨ ଜଣ ୬୫ ବର୍ଷୀୟ ବୃଦ୍ଧ ଏବଂ ୬୫ ବର୍ଷୀୟ ବୃଦ୍ଧ, ଝାରସୁଗୁଡ଼ା ଜିଲାର ୨ ଜଣ ୬୩ ବର୍ଷୀୟ ବୃଦ୍ଧ ଏବଂ ୭୧ ବର୍ଷିୟା ବୃଦ୍ଧା ଏବଂ ବଲାଙ୍ଗିର ଜିଲାର ୭୧ ବର୍ଷୀୟ ବୃଦ୍ଧ ରହିଛନ୍ତି। ଗତ ସାତଦିନ ମଧ୍ୟରେ ୮୭ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିସାରିଛି।

 

ପ୍ରଥମ କୋଭିଡ ଡାକ୍ତରଖାନାରେ ୨୩୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସାଧୀନ ଥିବାବେଳେ ଦ୍ୱିତୀୟ କୋଭିଡ ଡାକ୍ତରଖାନାରେ ପ୍ରାୟ ୬୦ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସୂଚନା ଥାଉକି, ଗତ ଗୁରୁବାର ୧୨ଜଣ, ବୁଧବାର ୧୬ ଜଣ, ମଙ୍ଗଳବାର ୧୩ ଜଣ, ସୋମବାର ୨୨ ଜଣ, ରବିବାର ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ଅକ୍ଟୋବର ମାସରେ ପ୍ରଥମ କୋଭିଡ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ଦିନଠାରୁ ଆଜି ସୁଦ୍ଧା ୫୯୭ ଜଣ ରୋଗୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

Comments are closed.