ବୁର୍ଲା ଭୀମସାର କୋଭିଡ଼ ହସପିଟାଲ: ନିଯୁକ୍ତି ପାଇ ନାହାନ୍ତି ଫାୟାର ସେପ୍ଟି ସୁପର ଭାଇଜର, ୧୮ ଦିନ ହେଲା ବିନା ଅଗ୍ନିନିରାପତ୍ତାରେ ଚାଲିଛି କୋଭିଡ଼ ହସପିଟାଲ

ବୁର୍ଲା: ବୁର୍ଲା ଭିମସାରର କୋଭିଡ ହସପିଟାଲ ଗତ ଅକ୍ଟୋବର ମାସ ୧୨ ତାରିଖରୁ କାର୍ଯ୍ୟକ୍ଷମ ହେବା ସହିତ ସର୍ତ୍ତମୁଳକ ଅଗ୍ନିନିରାପତ୍ତା ଅନୁମତିରେ ଗତି କରୁଥିଲା। ଅଗ୍ନିଶମ ବିଭାଗ ତରଫରୁ କୋଠାର ଅସଙ୍ଗତିକୁ ଦୁର କରାଯିବା ପାଇଁ ଏକମାସର ସମୟ ଦିଆଯାଇଥିଲା। ମାତ୍ର ଅସଙ୍ଗତି ବର୍ତ୍ତମାନ ସୁଦ୍ଧା ଏହି ନଅତାଲା ବିଶିଷ୍ଟ ତ୍ରୁଟିପୁର୍ଣ୍ଣ ଭାବରେ ନିର୍ମିତ କୋଠାର ପିଛା ଛାଡ଼ିନାହିଁ। ଗତ ପ୍ରାୟ ନଭେମ୍ବର ମାସ ୧୨ ତାରିଖରୁ ଭିମସାର କୋଭିଡ଼ ହସପିଟାଲର ସର୍ତ୍ତମୁଳକ ଏକମାସିଆ ଅଗ୍ନିନିରାପତ୍ତା ଅନୁମତି ସମାପ୍ତ ହେବା ପରିପେକ୍ଷିରେ ବିନା ଅଗ୍ନିନିରାପତ୍ତା ଅନୁମତିରେ କୋଭିଡ଼ ହସପିଟାଲ ଗତ ନଭେମ୍ବର ମାସ ୧୨ ତାରିଖରୁ ଆଜକୁ ୧୮ ଦିନ କାଳ ହେବ ବିନା ଅଗ୍ନିନିରାପତ୍ତା ଅନୁମିତିରେ ଚାଲିଛି। ଠିକାସଂସ୍ଥାର ମୁଣ୍ଡବିନ୍ଧା ବର୍ତ୍ତମାନ ସୁଦ୍ଧା ଅଗ୍ନିନିରାପତ୍ତାରେ ଝୁଲି ରହିଛି। ପ୍ରାୟ ୬୦ରୁ ୯୦ ଜଣ ରୋଗୀ ଏହି କୋଠାରେ ଚିକିତ୍ସାଧିନ ରହୁଛନ୍ତି। ଏହାକୁ ନେଇ ଫାୟାର ସେପ୍ଟି ସୁପରଭାଇଜର ପଦବୀରେ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଗଠିତ ହୋଇଥିବା ଚାରି ଜଣିଆଁ କମିଟିର ଗତ ୨୭ ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ସୂଚନା ଥାଉକି, ବୁର୍ଲା ଭିମସାରର ଏହି ନଅତାଲା ବିଶିଷ୍ଟ ତ୍ରୁଟିପୁର୍ଣ୍ଣ କୋଠାକୁ ଅଗ୍ନିନିରାପତ୍ତା ଅନୁମତି ନ ମିଳି ପାରିବା ପରିପେକ୍ଷିରେ ଭିମସାର କର୍ତ୍ତୃପକ୍ଷ ଚିନ୍ତାପ୍ରକାଶ କରି ଫାୟାର ସେପ୍ଟି ଅଫିସର ରଖାଯିବା ପାଇଁ ବିକଳ୍ପ ବ୍ୟବସ୍ତା ହୋଇଥିଲା। ତେବେ ଏହି ବୈଠକରେ ଫାୟାର ସେପ୍ଟି ସୁପରଭାଇଜର ପଦବୀ ପାଇଁ ଭିମସାରରେ ନିୟୋଜିତ ରହିଥିବା ବାର୍ହ୍ୟନିଯୁକ୍ତି ଏଜେନ୍ସି(ଏକଜିକ୍ୟୁଟିଭ ସିକ୍ୟୁରିଟି ସଂସ୍ଥା)କୁ ଦାୟିତ୍ୱ ଦିଆଯାଇଥିବା ଭିମସାରର ହସପିଟାଲର ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାୟକ ସୁଚନା ଦେଇଥିଲେ। ପଦବିଟି ସମ୍ପୁର୍ଣ୍ଣ ଭାବେ ଠିକା ଭିତ୍ତିକ ହୋଇଥିବାରୁ ଏଥିପାଇଁ ଏହାର ଦାୟିତ୍ୱ ବାର୍ହ୍ୟନିଯୁକ୍ତି ଏଜେନ୍ସିକୁ ହସ୍ତାନ୍ତର କରାଯାଇଥିବା କମିଟି ସଦସ୍ୟ ସୁଚନା ଦେଇଛନ୍ତି। ଖୁବ ଶିଘ୍ର ଜଣେ ଯୋଗ୍ୟ ପ୍ରାର୍ଥୀକୁ ନିଯୁକ୍ତି ଦେବା ପାଇଁ କର୍ତ୍ତୃପକ୍ଷ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।
ମାତ୍ର ଇତିମଧ୍ୟରେ ତିନିଦିନ ବିତିସାରିଲାଣି ମାତ୍ର ଏଯାବତ ଫାୟାର ସେପ୍ଟି ଅଫିସରଙ୍କ ଦେଖା ମିଳି ନାହିଁ। ଏହି କୋଠାକୁ ବ୍ୟବସ୍ତିତ କରିବା ସମସ୍ତ ନିୟମକୁ କୋହଳ କରି ଦିଆଯିବା ସତ୍ୱେ ଏହି କୋଠା ଅସଙ୍ଗତି ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି ସଦୃଶ ହୋଇ ରହିଛି। ସୂଚନା ଥାଉକି ବୁର୍ଲା କୋଭିଡ ହସପିଟାଲରେ ଜଣେ ଫାୟାର ସେପ୍ଟି ସୁପରଭାଇଜର ନିଯୁକ୍ତି କରିବା ପାଇଁ ଗତ ୨୦ ତାରିଖ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିଲା।
ଏଥିପାଇଁ ହସପିଟାଲ ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା, ହସପିଟାଲର ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାୟକ, କୋଭିଡ ହସ୍ପିଟାଲ ସ୍ୱିକୃତୀପ୍ରାପ୍ତ ଅଧିକାରୀ ଡ଼ ଜଗନ୍ନାଥ ହାତି ଏବଂ ଉତ୍ତରାଞ୍ଚଲ ଫାୟାର ରେଞ୍ଜ ସମ୍ବଲପୁରର ଜଣେ ରେଞ୍ଜ ଅଫିସରକୁ ନେଇ ଏକ ଚାରିଜଣିଆଁ କମିଟି ଗଠନ କରାଯାଇଥିଲା। ତେବେ ଏହି କମିଟି ଏହି ପଦବୀ ପାଇଁ ନିଯୁକ୍ତି ଦେବାର ଥିଲା। ବିଡ଼ମ୍ବନାର ବିଷୟ ହେଲା ପୁର୍ବରୁ ଅଗ୍ନିଶମ ବିଭାଗରେ ରହିଥିବା କର୍ମଚାରୀଙ୍କୁ ଫାୟାର ସେପ୍ଟି ସୁପରଭାଇଜର ଭାବରେ ନିଯୁକ୍ତି ଦେବା ପାଇଁ ପ୍ରକାଶ ପାଉଥିଲା ମାତ୍ର ବର୍ତ୍ତମାନ ବିଭାଗୀୟ କର୍ମ·ରୀଙ୍କ ଅମଙ୍ଗତା ଯୋଗୁଁ ବାର୍ହ୍ୟନିଯୁକ୍ତି କର୍ମ·ରୀଙ୍କୁ ନିଯୁକ୍ତି କରାଯିବା ପାଇଁ ବିକଳ୍ପ ବ୍ୟବସ୍ତା କରାଯାଇଛି। ମାତ୍ର ତଥାପି ଫାୟାର ସେପ୍ଟି ଅଫିସର ନିଯୁକ୍ତି ପାଇନାହାନ୍ତି। ଗତ ଅକ୍ଟୋବର ମାସ ୧୨ ତାରିଖରୁ ଭିମସାରର କୋଭିଡ଼ ହସପିଟାଲକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଏହି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲରେ ୧୯ଟି ଆଇସିୟୁ ଶଯ୍ୟା ମଧ୍ୟରେ ଗତି କରୁଛି।
ବୁର୍ଲା ଭିମସାରର କୋଭିଡ ହସପିଟାଲରେ ମଧ୍ୟ ଦିନକୁ ଦିନ କୋଭିଡ଼ ରୋଗୀଙ୍କ ମୃତ୍ୟୁସଂଖ୍ୟା ଚିନ୍ତାଜନକ ହେଉଛି। ପୁଣି ଆଜି ମଧ୍ୟ ଭିମସାରର କୋଭିଡ଼ ହସପିଟାଲରେ ତିନିଜଣ କରୋନା ପଜିଟିଭ ରହିଥିବା ରୋଗୀଙ୍କ ଚିକିତ୍ସାଧିନ ମୃତ୍ୟୁ ଘଟିଛି। ସେପଟେ ବର୍ତ୍ତମାନ ସୁଦ୍ଧା କରୋନା ସ୍ତିତିରେ ସେତେ ମାତ୍ରାରେ ସୁଧାର ଆସି ନ ଥିବା ବେଳେ ଶୀତଦିନରେ କରୋନାର କରୋନା ଦ୍ୱିତୀୟ ଲହରୀ ପାଇଁ ସରକାତରୀ କଳ ବ୍ୟବସ୍ତା ଚିନ୍ତିତ ରହିଥିବା ବେଳେ ସହରର ବ୍ୟବସ୍ତା ଏହି କରୋନା ରୋଗକୁ ହାଲୁକା ଭାବରେ ନେଉଥିବା ବିଭିନ୍ନ ସଚେତନ ବର୍ଗଙ୍କୁ ବ୍ୟଥିତ କରି ·ଲିଛି। ସେପଟେ ଭିମସାର ହସପିଟାଲ ମଧ୍ୟରେ ମଧ୍ୟ ଏଭଳି ଭାବରେ କରୋନା କଟକଣା ଛୁ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁସ୍ଥାନରେ ଦେଖିଲେ ମାଳ ମାଳ ଲୋକ ରୁଣ୍ଡ ହେବା ଏବଂ କ୍ୟାଣ୍ଟିନରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ଏହାପ୍ରତି ଭିମସାର ବ୍ୟବସ୍ଥା ଧ୍ୟାନ ଦେବା ପ୍ରସଙ୍ଗକୁ ନେଇ ଦାବୀ ହେଉଛି। ସେପଟେ ବୁର୍ଲା ଭିମସାରରେ ଚିକିତ୍ସାଧିନ ମୃତ୍ୟୁ ଘଟିଥିବା ରୋଗୀଙ୍କ ମଧ୍ୟରେ ଛତିଶଗଡ଼ ରାୟଗଡ଼ର ୬୦ ବର୍ଷିୟ ବୃଦ୍ଧ, ବରଗଡ଼ ଜିଲ୍ଲାର ୫୦ ବର୍ଷିୟା ମହିଳା ଏବଂ ଝାରସୁଗୁଡ଼ା ବ୍ରଜରାଜନଗରର ୬୧ ବର୍ଷିୟ ବୃଦ୍ଧଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

Comments are closed.