‘ଭିମ୍‌ସାର’ ନିର୍ଦେଶକଙ୍କୁ ଏପିଜେ ଅବଦୁଲ କଲାମ ସଦ୍‌ଭାବନା ସମ୍ମାନ

0

ସମ୍ବଲପୁର : ଭିମସାର ନିର୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ ସମ୍ମାନଜନକ ଡ. ଏପିଜେ ଅବୁଦୁଲ କଲାମ ସଦ୍‍ଭାବନା ସମ୍ମାନ ପାଇବାକୁ ମନୋନିତ ହୋଇଛନ୍ତି। ନୂଆଦିଲ୍ଲୀର ଇଣ୍ଡିଆନ ସୋଲିଡାରିଟି କାଉନ୍‍ସିଲ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୧୪ ତାରିଖରେ ଅ।।ୟୋଜିତ ହେବାକୁ ଥିବା ଜାତୀୟ ସମ୍ପାନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାଯାଇଛି। ଗତ ୪ ତାରିଖରେ ଇଣ୍ଡିଆନ ସୋଲିଡାରିଟି କାଉନସିଲ ପକ୍ଷରୁ ଭିମସାର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ନିକଟକୁ ଆସିଥିବା ପତ୍ରରୁ ଏହି ସୂଚନା ମିଳିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମିତ୍ତ ତାଙ୍କୁ ଏହି ସମ୍ମାନ ସହିତ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ ପାଇଁ ଯୋଗ୍ୟ ବିବେଚନା କରାଯାଇଛି ବୋଲି କାଉନସିଲର ପକ୍ଷରୁ ମହାସଚିବ ଡା.ଏନ.ଏସ.ଏନ. ବାବୁ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି।

Leave A Reply