ଭିମସାରରେ ଅବ୍ୟବସ୍ଥା, ଆଇସିୟୁ ନ ପାଇଁ ଯୁବତୀଙ୍କ ଅକାଳ ମୃତ୍ୟୁ

ବୁର୍ଲା: ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟକେନ୍ଦ୍ର ବୁର୍ଲା ଭିମସାରର ଆନୁଷାଙ୍ଗିକ ଅବ୍ୟବସ୍ତା କହିଲେ ନ ସରେ। ସେପଟେ ବିନା ଆଇସିୟୁ ଯୁକ୍ତ ଶଯ୍ୟା ନ ପାଇ ସାଧାରଣ ଶଯ୍ୟାରେ ଗୁରୁତରଙ୍କ ଜୀବନ ଯିବା ପ୍ରକ୍ରିୟା ଜାରି ରହିଛି। ମାତ୍ର ସବୁଜାଣି ଶୁଣି ମଧ୍ୟ ଭିମସାରର ସ୍ଥାଣୁ ପରିଚାଳନା ବ୍ୟବସ୍ତା ନିଦାବିଷ୍ଣୁ ସାଜିଛି। ଆଇସିୟୁ ଶଯ୍ୟା ଶଙ୍କଟାପର୍ଣ୍ଣ ରୋଗୀଙ୍କ ତୁଳନାରେ ସମୁଦ୍ରକୁ ଶଙ୍ଖେ ପଣା ସଦୃଶ। ଫଳାଫଳ ସଦୃଶ ଅନେକ ଶଙ୍କଟାପର୍ଣ୍ଣ ରୋଗୀ ସାଧାରଣ ଶଯ୍ୟାରେ ଛଟପଟ ହୋଇ ଯାଉଥିବା ବେଳେ ବିଚାରା ନିରୀହ ଗରୀବ ଆତ୍ମୀୟ ସ୍ୱଜନ ମାନେ ଆଖିରେ ଲୁହ ନେଇ ବଲବଲ କରି ଚାହିଁ ରହିଥାନ୍ତି ନିରୁପାୟ ହୋଇ। ଗତ ମଙ୍ଗଳବାର ସେହିପରି ଏକ ଅଭାବନୀୟ ଘଟଣା ସ୍ତାନିୟ ମହଲରେ ସମାଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି। ଘଟଣାଟି ହେଲା ଜଣେ ୨୦ ବର୍ଷିୟା ଯୁବତୀ ଗୁରୁତର ଅବସ୍ଥାରେ ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାରତ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଇସିୟୁ ଶଯ୍ୟାର ଆବଶ୍ୟକତା ରହିଥିଲା ମାତ୍ର ଆଇସିୟୁ ବା ଜୀବନରକ୍ଷକ ଭେଣ୍ଟିଲେଟର ଯୁକ୍ତ ଶଯ୍ୟା ନ ମିଳିବାରୁ ୨୪ ଘଣ୍ଟା ଧରି ସାଧାରଣ ଶଯ୍ୟାରେ ଛଟପଟ ହୋଇ ଶେଷରେ ଆଖିବୁଜିଥିଲେ ଯୁବତୀ ଜଣକ।

ବୁର୍ଲା ଭିମସାରରେ ଆଇସିୟୁ ବ୍ୟବସ୍ତା ଏକ ପ୍ରହସନ ସଦୃଶ ହୋଇଛି। ପଶ୍ଚିମ ଓଡିଶାର ନାମକୁ ମାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ମାତ୍ର ଶଙ୍କଟାପର୍ଣ୍ଣ ଅବସ୍ଥାରେ ଆସୁଥିବା ରୋଗୀଙ୍କୁ ଆଇସିୟୁ ଶଯ୍ୟା ଖଣ୍ଡିଏ ଯୋଗାଡ଼ କରାଯିବା ପାଇଁ ଭିମସାର ବ୍ୟବସ୍ତା ଫେଲ ମାରିବା ସହିତ ସମସ୍ତ ବ୍ୟବସ୍ତା ନିଜ ନିଜ ମୁଣ୍ଡରୁ ବୋଝ କାଢ଼ି ଅନ୍ୟକୁ ଦୋଷଲଦି ଚୁପ ହୋଇ ବସି ରହୁଛନ୍ତି। ନମକରା ମାନଙ୍କୁ ଆଇସିୟୁ ଶଯ୍ୟା ବ୍ୟବସ୍ତା କରିବା ପାଇଁ ଉପରୁ ତଳ ପର୍ଯ୍ୟନ୍ତ ଶତମୁଖ ହେଉଥିବାର ଦୃଷ୍ଟାନ୍ତ ରହିଛି। ଗରୀବ ଶଙ୍କଟାପର୍ଣ୍ଣ ରୋଗୀଙ୍କୁ ଭଗବାନ ଭରସାରେ ଆଇସିୟୁ ଶଯ୍ୟା ପାଇଁ ଲମ୍ବା ଲାଇନରେ ଅପେକ୍ଷାରେ ରଖି ଦିଆ ଯାଉଛି। ଏପରିକି ଅନେକ ଗରୀବ ଗୁରୁତରଙ୍କ ଆଇସିୟୁ ଶଯ୍ୟା ଅପେକ୍ଷାରେ ଆରପାରିକୁ ଚାଲିଯାଇଥିବାର ଅନେକ ଦୃଷ୍ଟାନ୍ତ ରହିଛି ମାତ୍ର ଏଥିରେ ଭିମସାର କର୍ତ୍ତୃପକ୍ଷଙ୍କ ବା ଯାଏ ଆସେ କେତେ।

ଅନୁରୁପ ଏକ ଘଟଣା ଗତକାଲି ରାତିରେ ଘଟିଯାଇଛି ଜୀବନରକ୍ଷକ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଶଯ୍ୟା ପାଇ ନ ପାରି ଜଣେ ଯୁବତୀଙ୍କ ଅକାଳ ମୃତ୍ୟୁ ଘଟିଛି। ବରଗଡ ଜିଲ୍ଲା ସୋହେଲା ବ୍ଲକ ବାଲିପଟା ଗ୍ରାମର ଲିଲିମା ସୁନା(୨୦)ଙ୍କୁ ଗତ ମଙ୍ଗଳବାର ପରିବାର ବର୍ଗ ଚିକିତ୍ସା ପାଇଁ ଭିମସାରକୁ ଆଣିଥିଲେ। ଲିଳିମାଙ୍କ କିଡନୀ ଜନିତ ସମସ୍ୟା ରହିଥିଲା ଏବଂ ତେବେ ବୁର୍ଲା ଭିମସାରକୁ ଆଣିବା ପରେ ତାଙ୍କୁ ମେଡିସିନ ବିଭାଗରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ସତ୍ୱେ ଭିମସାରର ଆନୁଷାଙ୍ଗିକ ଅବ୍ୟବସ୍ତା ମଧ୍ୟରେ ଆଇସିୟୁ ଶଯ୍ୟା ଶତଚେଷ୍ଟା ନେହୁରା ସତ୍ୱେ ମିଳି ପାରି ନ ଥିଲା। ତେବେ ଶେଷରେ ପରିବାର ଲୋକେ ମୁଣ୍ଡ କାନ ଆଉଁସୀ ନିରାଶ ହୋଇ ଫେରି ଆସିଥିଲେ। ତାର ପରଦିନ ଅର୍ଥାତ ବୁଧବାର ସକାଳ ସମୟରେ ପୁଣି ଡାକ୍ତର ଲିଲିମାଙ୍କୁ ଆଇସିୟୁ ନେବାପାଇଁ ପରାମର୍ଶ ଦେଇଥିଲେ। ତେବେ ଡାକ୍ତରଙ୍କ କଥା ମାନି ପରିବାର ଲୋକେ ପ୍ରାୟ ୪ରୁ ୫ଥର ଆଇସିୟୁକୁ ଶଯ୍ୟା ପାଇଁ ଧାଇଁ ପଚାରିଥିବା ସତ୍ୱେ ଉପଲବ୍ଧ ନ ଥିବା ଆଇସିୟୁ କର୍ମଚାରୀଙ୍କୁ କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହାପରେ ଗତକାଲି ରାତିରେ ସେହି ମେଡିସିନ ବିଭାଗର ସାଧାରଣ ଶଯ୍ୟାରେ ହିଁ ଛଟପଟ ହୋଇ ଲିଳିମା ଶେଷରେ ଆଖି ବୁଜି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଲିଳିମାଙ୍କ ମୃତ୍ୟୁ ପରେ ପୁଣି ଆଇସିୟୁ କର୍ମଚାରୀ ଶଯ୍ୟା ଖାଲି ଅଛି ଲିଳିମାଙ୍କୁ ଆଣିବାକୁ କହିବା ଫଳରେ ପରିବାର ଲୋକେ ରାଗିଯାଇଥିଲେ। କାରଣ ଲିଳିମା ସେତେବେଳକୁ ମୃତ୍ୟୁ ବରଣ କରି ସାରିଥିଲେ। ତେବେ ବୁର୍ଲା ଭିମସାର ଗରୀବ ରୋଗୀଙ୍କ ସାହାରା ପାଲଟିଥିବା ବେଳେ ଭିମସାରରେ ଆଇସିୟୁ ଶଯ୍ୟା ବୃଦ୍ଧି କରା ନ ଯିବା ଘଟଣା ରୋଗି ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ମାତ୍ର ୧୪ରୁ ୨୦ଟି ଆସିୟୁ ଶଯ୍ୟା ନାମକୁ ମାତ୍ର ସେପଟେ କେତେକ ସମୟରେ ଭେଣ୍ଟିଲେଟର ମାନ ଅନେକ ସମୟରେ ଅଚଳତା ମଧ୍ୟରେ ଘାରି ହେଉଥିବା ଦୃଷ୍ଟାନ୍ତ ରହିଛି। ତେବେ ଏନେଇ ଭିମସାର ନିର୍ଦେଶକ ପ୍ରଫେସର ଡା.ଲଳିତ କୁମାର ମେହେରଙ୍କୁ ଯୋଗାଯୋଗ କରାଯିବାରୁ ଆଇସିୟୁ ଶଯ୍ୟା ନ ମିଳି ମୃତ୍ୟୁ ହେବା ଘଟଣାକୁ ଆମେ କଣ କରିପାରିବୁ ବୋଲି କହିବା ସହିତ ନୂତନ ମେଡିସିନ କୋଠାରେ ୫୦ ଶଯ୍ୟା ବିଶିଷ୍ଟ ଆଇସିୟୁ ପ୍ରସ୍ତୁତ ହୋଇଛି। ଯାହାକି ବର୍ତ୍ତମାନ କୋଭିଡ–୨ ଭାବେ ବ୍ୟବହୃତ ହେଉଛି କୋଭିିଡ ପରେ ତାହା ସାଧାରଣ ରୋଗୀଙ୍କ ପାଇଁ ବ୍ୟବହାର ହେବ ବୋଲି କହିଛନ୍ତି। ତେବେ ଭିମସାର ବ୍ୟବସ୍ତା ସାତମହଣ ଘିଅ ହେବ ନା ରାଧା ନାଚିବ ସଦୃଶ ରହିଛି। ଏହାପ୍ରତି ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଦୃଷ୍ଟିଦେବା ସହିତ ପର୍ଯ୍ୟପ୍ତ ମାତ୍ରାରେ ଆଇସିୟୁ ଶଯ୍ୟା ବ୍ୟବସ୍ତା କରାଯିବା ପାଇଁ ସ୍ତାନିୟ ସଚେତନ ମହଲରେ ଦାବୀ ହେଉଛି।

Comments are closed.