ବୁର୍ଲା ଭିମସାର କୋଭିଡ଼ ହସପିଟାଲ ପାଇଁ ଆସିଲା ସାମଗ୍ରୀ

୨୦ଟି ଆଇସିୟୁ ଭେଣ୍ଟିଲେଟର ସମେତ ଅନ୍ୟାନ୍ୟ ସାମଗ୍ରୀ ଆସିଲା

ବୁର୍ଲା: ଆଉ କିଛି ଦିନ ପରେ ବୁର୍ଲା ଭିମସାର ସ୍ଥିତ କୋଭିଡ୍‍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଏହି ନୂତନ କୋଭିଡ୍‍ ହସ୍ପିଟାଲ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ତେବେ ହସପିଟାଲରେ ଲାଗିବାକୁ ଥିବା ଆବଶ୍ୟକ ଉପକରଣ ଆସି ମେଡିକାଲରେ ଆଜି ରାତିରେ ମେଡିକାଲ ପରିସରରେ ପହଞ୍ଚିଛି। ଆସିଥିବା ଉପକରଣରେ ୨୦ ଟି ଆଇସିୟୁ ଭେଣ୍ଟିଲେଟର, ବିପାପ ମେସିନ୍‍ ୧୦ଟି, ମଲ୍ଟିପାରା ପେସେଣ୍ଟ ମନିଟର ୨୦ ଟି ଏବଂ ପର୍ଟେବୁଲ ଭେଣ୍ଟିଲେଟର୍‍ ମେସିନ୍‍ ୨ ଟି ପହଞ୍ଚିଛି। ତେବେ ଏହି ମେସିନ ଗୁଡିକ ଖୁବ୍‍ ଶିଘ୍ର କାର୍ୟ୍ୟକ୍ଷମ ହେବ ବୋଲି ଜଣାପଡିଛି। ତେବେ କୋଠାରେ ଲାଗିବାକୁ ଥିବା ମୂଖ୍ୟ ଉପକରଣ ଗୁଡିକ ଆସିଯାଇଥିବାରୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସପିଟାଲ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଚର୍ଚ୍ଚା ହେଉଛି।

Comments are closed.