​ଭିମସାର ​‌କୋଭିଡ ଡାକ୍ତରଖାନା: ୧୨ ଚିକିତ୍ସାଧୀନଙ୍କ ମୃତ୍ୟୁ, ୫ ଦିନରେ ୫୩

ବୁର୍ଲା: ବୁର୍ଲା ଭିମସାର କୋଭିଡ ଡାକ୍ତରଖାନା‌ରେ ଶନିବାର ସର୍ବାଧିକ ୧୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବରଗଡ଼ ଜିଲାର ୫ ଜଣ – ୫୬ ବର୍ଷିୟ ପୁରୁଷ, ୫୨ ବର୍ଷିୟ ପୁରୁଷ, ୫୪ ବର୍ଷିୟ ପୁରୁଷ, ୫୫ ବର୍ଷିୟ ପୁରୁଷ ଏବଂ ୫୫ ବର୍ଷିୟ ପୁରୁଷ, ବଲାଙ୍ଗିର ଜିଲାର ୪ ଜଣ – ୬୨ ବର୍ଷିୟା ବୃଦ୍ଧା, ୬୦ ବର୍ଷିୟ ପୁରୁଷ, ୪୧ ବର୍ଷିୟା ମହିଳା ଏବଂ ୬୨ ବର୍ଷିୟ ପୁରୁଷ, ସମ୍ବଲପୁର ଜିଲାର ୫୫ ବର୍ଷିୟା ମହିଳା ଏବଂ ଝାରସୁଗୁଡ଼ା ଜିଲାର ୨ ଜଣ – ୪୫ ବର୍ଷିୟ ପୁରୁଷ ଏବଂ ୪୫ ବର୍ଷିୟ ପୁରୁଷ ରୋଗୀଙ୍କ ମୃତ୍ୟୁ ଘଟିଛି। ଗତ ପାଞ୍ଚ ଦିନରେ ୫୩ ଜଣ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଭିମସାରରେ କରୋନା ସ୍ଥିତି ଭୟାବହ ହେଲାଣି। ବର୍ତ୍ତମାନ ବୁର୍ଲାର କୋଭିଡ ଡାକ୍ତରଖାନାରେ ୨୦୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ଅନେକ ସଙ୍କଟାପନ୍ନ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ) ଶଯ୍ୟାର ଆବଶ୍ୟକତା ପଡୁଛି ମାତ୍ର ଅନେକ ସମୟରେ ଉପଲବ୍ଧ ହେଉନାହିଁ। ସୂଚନା ଥାଉକି, ଗତ ଶୁକ୍ରବାର ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁବାର ୧୧ ଜଣ, ବୁଧବାର ୧୧ ଜଣ, ମଙ୍ଗଳବାର ୧୧ ଜଣ, ସୋମବାର ୬ ଜଣ ଓ ରବିବାର କୋଭିଡ ଡାକ୍ତରଖାନାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଭିମସାର କୋଭିଡ ଡାକ୍ତରଖାନା ଆରମ୍ଭ ହେବା ଦିନଠାରୁ ସମୁଦାୟ ମୃତ୍ୟୁ ସଂଖ୍ୟା ୩୭୧ରେ ପହଞ୍ଚିଲାଣି। ପୁଣି ଭିମସାରର ବିଭିନ୍ନ ବିଭାଗରେ ଚିକିତ୍ସାଧୀନ କରୋନା ସଂକ୍ରମିତ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି। ଅନ୍ୟପକ୍ଷରେ ଦୈନିକ ବୁର୍ଲା ସହରରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ଭିମସାରରେ ଧିରେ ଧିରେ ସାଧାରଣ ରୋଗୀ ଚିକିତ୍ସାରେ ବ୍ୟତିକ୍ରମ ଦେଖାଦେବା ଆରମ୍ଭ କଲାଣି ଯାହାକି ଚିନ୍ତାଜନକ ବିଷୟ।

Comments
Loading...