ପୁଣି ଭିମସାର କୋଭିଡ଼ ହସପିଟାଲରେ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ

ବୁର୍ଲା: ବର୍ତ୍ତମାନ ବୁର୍ଲା ଭିମସାର କୋଭିଡ଼ ହସପିଟାଲରେ ସହସ୍ରାଧିକ ଶଙ୍କଟାପର୍ଣ୍ଣ କୋଭିଡ଼ ରୋଗୀ ଚିକିତ୍ସାଧିନ ରହିବା ସହିତ ମୃତ୍ୟୁ ମଧ୍ୟ ଅନେକ ସଂକ୍ରମିତଙ୍କ ହେଉଛି। ଆଜି ପୁଣି କରୋନା ଭିମସାରରେ ୧୧ ଜଣଙ୍କ ମୁଣ୍ଡ ନେଇଛି। ଦୁଇଦିନରେ ସମୁଦାୟ ୨୨ ଜଣ କୋଭିଡ଼ ରୋଗୀଙ୍କ ମୁଣ୍ଡ ନେଇ ସାରିଲାଣି କରୋନା। ଧିରେ ଧିରେ ଅଣାୟତଃ ହେଉଛି ଭିମସାରରେ କରୋନା ସ୍ତିତି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ତିନିଜଣ ୬୫ ବର୍ଷିୟ ବୃଦ୍ଧ, ୬୧ବର୍ଷିୟ ବୃଦ୍ଧ ଏବଂ ୫୩ ବର୍ଷିୟ ପୁରୁଷ, ବରଗଡର ଦୁଇଜଣ ୬୨ ବର୍ଷିୟ ବୃଦ୍ଧ ଏବଂ ୪୦ ବର୍ଷିୟ ମହିଳା, ନୁଆପଡା ଜିଲ୍ଲାର ୪୫ ବର୍ଷିୟ ପୁରୁଷ ଏବଂ ୨୮ ବର୍ଷିୟ ଯୁବକ, ଝ।।ରସୁଗୁଡା ଜିଲ୍ଲାର ଦୁଇଜଣ ୩୪ ବର୍ଷିୟ ମହିଳା ଏବଂ ୪୪ ବର୍ଷିୟା ମହିଳା, ଛତିଶଗ ଡ଼ ରାୟଗ ଡ଼ର ୧୯ ବର୍ଷିୟା ଯୁବତୀ, ସୁନ୍ଦରଗଡ଼ର ୬୮ ବର୍ଷିୟ ପୁରୁଷ ଏବଂ ପାଟଣାଗ ଡ଼ର ୭୦ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

କୋଭିଡ଼ ମୃତ୍ୟୁ ବିଷ୍ପୋଟକ ସ୍ତିତିକୁ ପହଞ୍ଚିଗଲାଣି। ସୁଚନା ଥାଉକି, ଗତକାଲି ମଙ୍ଗଳବାର ୧୧ ଜଣ , ସୋମବାର ଦିନ ୬ ଜଣ, ରବିବାର ଦିନ ଭିମସାର କୋଭିଡ଼ ହସପିଟାଲରେ ୭ ଜଣ, ଶନିବାର ଦିନ ୮ ଜଣ କରୋନା ରୋଗୀ, ଶୁକ୍ରବାର ଦିନ ୯ ଜଣ, ଗୁରୁବାର ୭ ଜଣ, ଗତ ବୁଧବାର ଦିନ ମଧ୍ୟ ବୁର୍ଲା ଭିମସାରରେ ୮ ଜଣ, ଗତ ମଙ୍ଗଳବାର ଦିନ ୫ ଜଣ, ଗତ ସୋମବାର ଦିନ ୫ ଜଣ, ଗତ ରବିବାର ଦିନ ୬ ଜଣ, ଗତ ୧୦ ତାରିଖ ବୁର୍ଲା ୨ ଜଣ, ଗତ ୯ ତାରିଖ ଦିନ ୪ ଜଣ, ଗତ ୮ ତାରିଖ ଦିନ ୨ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ସମୁଦାୟ ମୃତକଙ୍କ ସଂଖ୍ୟା ୩୪୦ରେ ପହଞ୍ଚି ସାରଲାଣି। ତେବେ କୋଭିଡ଼ ହସପିଟାଲରେ ବର୍ତ୍ତମାନ ୧୮୦ରୁ ଊର୍ଦ୍ଧ୍ବ କରୋନା ସଂକ୍ରମିତ ଚିିକିତ୍ସାଧିନ ରହିଛନ୍ତି। ସ୍ତିତି ଅତ୍ୟନ୍ତ ଉଦବେଗଜନକ ରୋଗୀଙ୍କୁ ଶଯ୍ୟା ମିଳିବା କଷ୍ଟକର ହୋଇପଡ଼ୁଛି।

ସେପଟେ ବୁର୍ଲା ଭିମସାରର ବିଭିନ୍ନ ବିଭାଗରେ ଚିକିତ୍ସାଧିନ ଅବସ୍ଥାରେ କିଛିଦିନ ପରେ କରୋନା ସଂକ୍ରମିତ ବାହାରି କୋଭିଡ଼ ହସପିଟାଲ ପୁର୍ଣ୍ଣ ହୋଇ ସାରିଲାଣି। ସେପଟେ ବର୍ତ୍ତମାନ ସମ୍ବଲପୁର ସ୍ୱର୍ଗଦ୍ୱାରରେ ଜାଲେଣୀ କାଠର ଅଭାବ ଦେଖାଦେବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଏହାକୁ ନେଇ ସମ୍ବଲପୁର ଜିଲ୍ଲାପାଳ ବୁର୍ଲା ସହରର କୋଭିଡ଼ର ଉଦବେଗଜନକ ସ୍ତିତି ଯାଞ୍ଚ କରିବା ସହିତ ବୁର୍ଲା ହୀରାକୁଦ ବନ୍ଧ ରାସ୍ତାକଡ଼ରେ ଦଶଟି କୋଭିଡ଼ ରୋଗୀଙ୍କ ଦହନ ବ୍ୟବସ୍ତା କରାଯିବା ପାଇଁ ସ୍ତିତି ଯାଞ୍ଚ କରି ଯାଇଥିବା ଜଣାପ ଡ଼ିଛି। ତେବେ ଜାଲେଣୀ କାଠ ଅଭାବକୁ କିପରି ଜିଲ୍ଲା ପ୍ରଶାସନ ସମାଧାନ କରିବ ପୁଣି ବୁର୍ଲାରେ ଏହାର ସମାସ୍ୟାକୁ କିଭଳି ସମାଧାନ କରିବ ତାହା ସମୟ ହିଁ କହିବ। ଫଳରେ ସମ୍ପୁର୍ଣ୍ଣ ଭିମସାର ସମେତ ବୁର୍ଲା ସହର ମଧ୍ୟ କୋଭିଡ଼ ସଂକ୍ରମଣ ବଳୟରେ ରହିଛି।

Comments are closed.