ବୁର୍ଲା ଭିମସାରର ସିଟିସ୍କାନ ମେସିନ ଅଚଳ; ଦୈନିକ ୫୦ରୁ ଊର୍ଦ୍ଧ୍ବ ଗୁରୁତର ରୋଗୀ ହନ୍ତସନ୍ତ

ବୁର୍ଲା: ବୁର୍ଲା ଭିମସାରରେ ମଲ୍ଟିସ୍ଲାଇସ ବିଶିଷ୍ଟ ସିଟିସ୍କାନ ମେସିନ ଆସିବା ପରେ ସୁରୁଖୁରୁରୁରେ ରୋଗୀ ନିମିଷକ ମଧ୍ୟରେ ସିଟିସ୍କାନ କରାଇ ପାରୁଥିଲେ। ମାତ୍ର ପଶ୍ଚିମ ଓଡ଼ିଶାର ଏହି ମେଡ଼ିକାଲରେ କେବଳ ଗୋଟିଏ ମାତ୍ର ସିଟିସ୍କାନ ମେସିନ ଅନବରତ ଚାଲୁରହିବା ଫଳରେ ଖରାଫ୍‍ ହେଉଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଏପରିକି ପୁଣି ଗତକାଲି ଗୁରୁବାର ଠାରୁ ଏହି ମେସିନର କି ବୋର୍ଡ଼ କାମ ନ କରିବା ଫଳରେ ରୋଗୀଙ୍କ ସିଟିସ୍କାନ ହୋଇ ପାରୁନାହିଁ। ଦୈନିକ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ରୋଗୀ ସିଟିସ୍କାନରୁ ବଞ୍ଚିତ ହେଉଛନ୍ତି ଏବଂ ହଇରାଣ ହରକତର ଶୀକାର ହେଉଛନ୍ତି। ବର୍ତ୍ତମାନର କରୋନା ସ୍ଥିତିରେ ମେସିନର ଅଚଳତା ଫଳରେ ଅନେକ ଅସୁବିଧା ରୋଗୀଙ୍କ ପ୍ରିୟଜନମାନେ ଭୋଗ କରୁଛନ୍ତି। ତେବେ ଏହାକୁ ନେଇ କମ୍ପାନି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ବେଳେ ଦୁଇଦିନ ଧରି ସିଟିସ୍କାନ ସେବା ଭିମସାରରେ ବନ୍ଦ ରହିଛି। ତେଣୁ ଭିମସାରରେ ଉତ୍କୃଷ୍ଟ ରୋଗୀସେବା ପାଇଁ ଅନ୍ୟ ଏକ ନୂତନ ସିଟିସ୍କାନ ମେସିନ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିଲେ ରୋଗୀସେବା ବିପର୍ୟ୍ୟସ୍ତ ହୁଅନ୍ତା ନାହିଁ ବୋଲି ସଚେତନ ବର୍ଗରେ ମତପ୍ରକାଶ ପାଉଛି।

Comments are closed.