ଭିମସାରରେ କଳା କବକ ସନ୍ଦିଗ୍ଧ ସଂକ୍ରମିତଙ୍କ ମୃତ୍ୟୁ

burla news

ବୁର୍ଲା: ଭିମସାରରେ ବର୍ତ୍ତମାନ କରୋନା କାଳରେ କଳା କବକ (ବ୍ଲାକ ଫଙ୍ଗସ) ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭିମସାରରେ ୭ ଜଣ କଳା କବକ ରୋଗୀଙ୍କ ମଧ୍ୟରୁ ଆଜି ଜଣେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ମୃତକ ଜଣକ ବରଗଡ଼ ଜିଲାର ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦ୍ରୀୟ ସ୍ବତନ୍ତ୍ର ଯତ୍ନ କୋଠରି (ଆଇସିୟୁ)ରେ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଥାଉକି, କଳା କବକ ରୋଗୀଙ୍କ ଚିକିତ୍ସାରେ ଆବଶ୍ୟକ ଔଷଧ ବର୍ତ୍ତମାନ ସୁଦ୍ଧା ଭିମସାରରେ ଉପଲବ୍ଧ ହୋଇ ପାରିନଥିବା ପ୍ରସଙ୍ଗକୁ ଅଣଦେଖା କରାଯାଇନପାରେ। ରୋଗୀଙ୍କ ମୃତ୍ୟୁକ ନେଇ ଭିମସାର ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଲାଲମୋହନ ନାଏକଙ୍କୁ ଯୋଗାଯୋଗ କରାଯିବାରୁ ଉକ୍ତ ରୋଗୀ ଜଣକ କଳା କବକ ସନ୍ଦିଗ୍ଧ ରୋଗୀ ବୋଲି ସୂଚନା ଦେଇଥିଲେ। ଯଦିଓ କଳା କବକର ଲକ୍ଷଣ ରହିଥିଲା କିନ୍ତୁ ତାଙ୍କ ପରୀକ୍ଷା କରିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା ତେଣୁ ସ୍ପଷ୍ଟ ଭାବରେ କଳା କବକରେ ସଂକ୍ରମିତ ବୋଲି କୁହାଯାଇ ପାରିବନାହିଁ ବୋଲି ପ୍ରଫେସର ନାଏକ ମତବ୍ୟକ୍ତ କରିଛନ୍ତି।

Comments are closed.