ଭିମସାରର ନିର୍ଦ୍ଦେଶକ ପଦରୁ ଡ. ଅଶ୍ୱିନୀ ପୂଜାହାରୀଙ୍କ ଇସ୍ତଫା

0

ସମ୍ବଲପୁର: ବୁର୍ଲା ଭିମସାରର ନିର୍ଦ୍ଦେଶକ ପଦରୁ ଡ. ଅଶ୍ୱିନୀ ପୂଜାହାରୀ ଶନିବାର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇ ଦେଇଥିବା ଡ. ପୂଜାହାରୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଡ. ପୂଜାହାରୀଙ୍କ କାର୍ୟ୍ୟକଳାପ ନେଇ ଭିମ୍‌ସାରରେ ପୂର୍ବରୁ ବହୁ ବିବାଦ ଦେଖା ଦେଇଥିଲା । ତାଙ୍କ ବିରୋଧରେ ପିଜି ଛାତ୍ରଛାତୀମାନେ ଆନ୍ଦୋଳନ କରିଥିଲେ । ଏହା ମଧ୍ୟରେ ଡ.ପୂଜାହାରୀଙ୍କ ଲୁଣ ଥେରାପିର ଏକ ଭିଡିଓ କ୍ଳିପ୍ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଡ. ପୂଜାହାରୀଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲେ । ଏହି  ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ଡିସେମ୍ବର ମାସ ୭ ତାରିଖରେ ଡା. ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦେଶ ଦେଇଥିଲେ । ଦୀର୍ଘ ଦିନ ଛୁଟିରେ ରହିବା ପରେ ଡ. ପୂଜାହାରୀ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ସେ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Leave A Reply