ରହସ୍ୟମୟ ଭୀମକୁଣ୍ଡ

0

ଭାରତର ଏପରି ବହୁ ସ୍ଥାନ ରହିଛି ଯାହାର ଗୋପନୀୟ ତଥ୍ୟ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ମଧ୍ୟପ୍ରଦେଶର ଛତ୍ରପୁର ଠାରେ ଅବସ୍ଥିତ ଏହି ପ୍ରସିଦ୍ଧ ତୀର୍ଥ ସ୍ଥାନ ଭୀମକୁଣ୍ଡ। ଏହା ପାହାଡ଼ର ଏକ ଗୁମ୍ଫା ମଧ୍ୟରେ ଅବସ୍ଥିତ। ଏହାର ଓସାର ପ୍ରାୟ ୭୦ରୁ ୭୫ ମିଟର ଅଟେ। ଏହାର ରହସ୍ୟ ବିଷୟରେ ଜାଣି ସମସ୍ତେ ଚକିତ ହୋଇଥାଆନ୍ତି।
ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସିବାକୁ ଥାଏ ତା’ର ପୂର୍ବ ସୂଚନା ଏଠାରେ ମିଳିଥାଏ। ସେହି ସମୟରେ ଏହି କୁଣ୍ଡର ଜଳସ୍ତର ବଢିଯାଏ। ନେପାଳ ଓ ଗୁଜୁରାଟରେ ହୋଇଥିବା ଭୂମିକମ୍ପ ସମୟରେ ଏହି କୁଣ୍ଡର ଜଳସ୍ତର ବଢିଯାଇଥିଲା। ୨୦୦୪ରେ ହୋଇଥିବା ସୁନାମୀ ସମୟରେ ମଧ୍ୟ ଏହାର ଜଳସ୍ତର ପ୍ରାୟ ୧୫ ଫୁଟ୍‍ ଉପରକୁ ଉଠିଥିଲା ବୋଲି କୁହାଯାଏ । ଏହାର କାରଣ ବିଷୟରେ ଜାଣିବା ନିମନ୍ତେ ବହୁ ଭୂବିଜ୍ଞାନୀ ପ୍ରଚେଷ୍ଟା କରିଥିଲେ ମଧ୍ୟ ଏହାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ତେବେ ଏହି କୁଣ୍ଡର ଜଳସ୍ତର ସହ ବିଭିନ୍ନ ଜଳ ଉତ୍ସ ଏବଂ ଗଭୀର ଭୂତଳ ସହିତ ସଂଯୁକ୍ତ ବୋଲି ଅନୁମାନ କରାଯାଉଛି। ଏହାର ପାଣି ଖୁବ ସ୍ୱଚ୍ଛ ଓ ନୀଳ ରଙ୍ଗର ତେଣୁ ଏହା ଦେଖିବାକୁ ଖୁବ ସୁନ୍ଦର ଲାଗେ। ଏହି ପବିତ୍ର ସ୍ଥାନକୁ ଦେଖିବା ନିମନ୍ତେ ଏଠାରେ ବହୁ ଜନସମାଗମ ହୋଇଥାଏ।

Leave A Reply