ଡାଆଣୀ ସନ୍ଦେହରେ ନିର୍ଯାତନା; ୩ ମହିଳାଙ୍କୁ ଅର୍ଦ୍ଧନଗ୍ନ କରି ବୁଲାଇଲେ ଗ୍ରାମବାସୀ

ମୁଜଫରପୁର: ଡାଆଣୀ ସନ୍ଦେହରେ ୩ ମହିଳାଙ୍କୁ ଗ୍ରାମବାସୀ ନିର୍ଯାତନା ଦେଇଛନ୍ତି। ସେମାନଙ୍କୁ ଅର୍ଦ୍ଧନଗ୍ନ କରି ଗାଁରେ ବୁଲାଇଛନ୍ତି। ବିହାରର ମୁଜଫନରପୁର ଅନ୍ତର୍ଗତ ଡକରାମା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବ ମୁଜଫରପୁରର ଏସଡିଓ କନ୍ଦନ କୁମାର କହିଛନ୍ତି, ଏହା ଏକ ଅପରାଧ। ଘଟଣାର ତଦନ୍ତ ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

କୁହାଯାଉଛି ଯେ, ମୁଜଫରପୁରର ଡକରାମା ଗାଁର ଲୋକମାନେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଡାଆଣୀ ସନ୍ଦେହରେ ଏହି ୩ ମହିଳାଙ୍କୁ ମାଡ଼ ମାରିଥିଲେ। ଗତ ସୋମବାର ସେମାନଙ୍କୁ ଗ୍ରାମବାସୀ ମିଶି ପିଟିବା ସହିତ ଅର୍ଦ୍ଧନଗ୍ନ କରି ଗାଁରେ ବୁଲାଇଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିବା ହାଥୋଡ଼ି ଥାନା ଅଧିକାରୀ ଜିତେନ୍ଦ୍ର ଦେବ ଦୀପକ କହିଛନ୍ତି।

Comments are closed.