ବଢୁଛି ଚୋରି ଡକାୟତି -ଦୁଇ ଜଣ ସନ୍ଦିଗ୍ଧଙ୍କୁ ଧରି ପୁଲିସର ଜିମା ଦେଲେ ଗ୍ରାମବାସୀ

କଲମପୁର – ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ସନ୍ଦେହ ଜନକ ଅବସ୍ଥାରେ ବର୍ଚ୍ଛି ଗ୍ରାମରେ ବୁଲୁଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହିଥିଲେ । ଶନିବାର ସକାଳୁ ସେମାନଙ୍କୁ ଜୟପାଟଣା ପୁଲିସର ଜିମାରେ ଦେଇଥିଲେ । ଏଭଳି ଘଟଣା ଏବେ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୨ଟା ବେଳେ ବର୍ଚ୍ଛି ଗାଁରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ରାତିରେ ପହରା ଦେଉଥିବା ଗ୍ରାମର କିଛି ଯୁବକ ମହିଳା କାବୁ କରିଥିଲେ । ସେମାନେ ତୁରନ୍ତ ଜୟପାଟଣା ଥାନା ଅଧିକାରୀଙ୍କୁ ଘଟଣା ସମ୍ବନ୍ଧରେ ଜଣାଇଥିଲେ । ଜୟପାଟଣା ଥାନାର ସବ୍‌ ଇନିସପେକ୍ଟର ବାଲକୃଷ୍ଣ ପିଡିକା ଘଟଣା ସ୍ଥଳରେ ପହଂଚି ଉଭୟ ବ୍ୟକ୍ତିଙ୍କୁ ନିଜ ଜିମାକୁ ନେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଦ୍ୱୟ ଅଂଚଳରେ ଅପରିଚିତ ହେଇଥିବା ବେଳେ ସେମାନେ ଛତିଶଗଡ ରାଇଘର ଅଂଚଳର ସରଗୁଲ ଗ୍ରାମର ବୋଲି ସୁଚନା ମିଳିଛି ।

କଳାହାଣ୍ଡି ଜିଲ୍ଲାର କୋକସରା, କଲମପୁର ଏବଂ ଜୟପାଟଣା ଅଂଚଳରେ ଗୋଟିଏ ପରେ ଗୋଟିଏ ଚୋରି ଓ ଡକାୟତି ଘଟଣା ଘଟି·ଲିଛି । ଏ ସମସ୍ତ ଥାନା ଅଂଚଳରେ ଚୋରି, ଡକାୟତି ଭଳି ଘଟଣା ଘଟି ଚାଲିଥିଲେ ମଧ୍ୟ ପୁଲିସ ହାତ ଖାଲି । ପାତ୍ରବସା ବ୍ୟବସାୟୀଙ୍କ ଘର ଚୋରି, ପୁଣି ମୁଖିଗୁଡା ଜଗନ୍ନାଥ ମନ୍ଦିର ଚୋରି, ପରବର୍ତ୍ତୀ ସମୟରେ ପୁଣି ଖଣ୍ଡିଡଙ୍ଗରୀଗୁଡା ଗ୍ରାମରେ ଡକାୟତି ଉଦ୍ୟମ ଓ ଖୋଦ ଜୟପାଟଣା ମୁଖ୍ୟ ରାସ୍ତାରେ ଥିବା ବିଦେଶୀ ମଦ ଦୋକାନ ଓ ସିଂ ପାନ ଦୋକାନ ଚୋରି ହୋଇଥିଲା, ଏହାର କିଛି ଦିନପରେ କୋକଶରା ବ୍ଲକ କାଶିବାହାଲ ଗ୍ରାମରୁ ଗୁଳି ଫୁଟାଇ ଡକାୟତି ଉଦ୍ୟମ । ଜୟପାଟଣା ବିଦେଶୀ ମଦ ଦୋକାନ, ଖଣ୍ଡିଡଙ୍ଗରୀଗୁଡା ଡକାୟତି ଉଦ୍ୟମ ଓ କାଶିବାହାଲ ଡକାୟତି ଘଟଣା ସି.ସି.ଟିଭି ଫୁଟେଜ ରହିଥିଲେ ମଧ୍ୟ ପୁଲିସ ଅପରାଧିକୁ ଠାବ କରିବାରେ ବିଫଳ ହେବା ଘଟଣା ପୁଲିସର କାର୍ଯ୍ୟ ଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଏତେ ସବୁ ଅପରାଧିକ ଘଟଣା ଘଟୁଥିଲେ ମଧ୍ୟ ପୁଲିସ ତରଫରୁ ଆବଶ୍ୟକ ପାଟ୍ରୋଲିଂ ଅଥବା ଯାଂଚ ବ୍ୟବସ୍ଥା ନଥିବାରୁ ଜନ ସାଧାରଣ ଅସୁରକ୍ଷିତ । ଚୋରି, ଡକାୟତି ର ଭୟ ଯୋଗୁଁ ନିଜକୁ ନିଜେ ସୁରକ୍ଷା ଦେବା ପାଇଁ ବିଭିନ୍ନ ଗ୍ରାମରେ ଯୁବକ ମାନେ ଏବେ ରାତି ଜଗୁଆଳି ପାଲଟିଛନ୍ତି । ଏଭଳି ସ୍ଥିତିରେ ଶୁକ୍ରବାର ବିଳମ୍ବିତ ରାତିରେ କଲମପୁର ବ୍ଲକ ବରଚ୍ଛି ଗ୍ରାମ ନିକଟରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦୁଇ ଜଣ ଅପରିଚିତ ବ୍ୟକ୍ତିକୁ ଗ୍ରାମର କିଛି ଯୁବକଙ୍କ ସହଯୋଗରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନେ ଧରି ଥିଲେ । ଅନ୍ୟପଟେ କଲମପୁର ଏକ ବ୍ଲକ ମୁଖ୍ୟାଳୟ ଓ ଏହି ରାସ୍ତା ଦେଇ ଥୁଆମୁଲ ରାମପୁର ସମେତ ରାୟଗଡା ଜିଲ୍ଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶକୁ ସଂଯୋଗ ପାଇଁ ରାସ୍ତା ରହିଛି । ଏହି ରାସ୍ତା ଦେଇ ଅନେକ ସମୟରେ ଗଞ୍ଜେଇ ଚୋରା ·ଲାଣ କରାଯାଇଥାଏ । କିନ୍ତୁ ପୁଲିସ ର କୌଣସି ଯାଞ୍ଚ ବ୍ୟବସ୍ଥା ନାହିଁ । ଜଣେ ସବ୍‌ ଇନିସପେକ୍ଟର ଓ ଜଣେ ମହିଳା କନେଷ୍ଟବଲ ସହ ଅନ୍ୟ ଦୁଇ ଜଣ କନେଷ୍ଟବଳଙ୍କୁ ନେଇ ଫାଣ୍ଡି ଚାଲିଛି । ଯାନ ବାହନର ବ୍ୟବସ୍ଥା ନାହିଁ । ଏପରିକି କର୍ମଚାରୀଙ୍କ ପାଇଁ ଘର ଅଭାବ । ସେହିଭଳି ବଡକୁଟୃ ଫାଣ୍ଡି ଅଧିନରେ ୪୨ ଖଣ୍ଡ ଗ୍ରାମ ରହିଛି । ଏହି ଫାଣ୍ଡି ରେ ମଧ୍ୟ ମାତ୍ର ଦୁଇ ଜଣ କନେଷ୍ଟବଳଙ୍କୁ ନେଇ ସବ ଇନିସପେକ୍ଟର କାର୍ଯ୍ୟ କରୁଛନ୍ତି । ତେଣୁ ଜିଲ୍ଲା ପୁଲିସ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି ।
ଏନେଇ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ ସହ ଯୋଗାଯୋଗ କରାଯାଇଥିଲା ରାତ୍ରି କାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡା କଡି କରାଯିବ ବୋଲି ସୁଚନା ଦେଇଛନ୍ତି ।

Comments are closed.